ଝାରପୋଖରିଆ ବିଓଆଇ ଆର୍ଥିକ ଠକେଇ ମାମଲା, ୫ ଜଣଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍
ବାରିପଦା
ଅକ୍ଟୋବର, ୦୮
ମୋଅନୁଭବ.କମ୍
ମୟୁରଭଂଜ ଜିଲ୍ଲା ଝାରପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ରେ ୨୦୧୨-୧୩ରେ ହୋଇଥିବା ଏକ ଆର୍ଥିକ ଠକେଇ ମାମଲାରେ ବାରିପଦା ସିଜେଏମ୍ (ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍) ଆଜି ୫ ଜଣ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରତ୍ୟେକଙ୍କୁ ୨୭ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଜୋରିମାନା ମଧ୍ୟ ହୋଇଛି । ବ୍ୟାଙ୍କ ଅଫିସର ଓ ସପ୍ଲାୟରଙ୍କ ମଧ୍ୟରେ ସଲାସୁତରାରେ ଓଡ଼ିଶା ସରକାରଙ୍କ ଜଳନିଧି ଯୋଜନାରେ ପାଣି ପଂମ୍ପ୍ ଯୋଗାଇ ଦେବା ସକାଶେ ୧ କୋଟି ୩୧ ଲକ୍ଷ ଟଙ୍କା ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା । ଆଇଓ ଗିରିଜା ଚକ୍ରବର୍ତୀ ମାମଲାର ତଦନ୍ତ କରି ଅଦାଲତରେ ଚାର୍ଜସିଟ୍ ଦାକଲ କରିଥିଲେ । ବାରିପଦା ସିଜେଏମ୍ ମାମଲାର ବିଚାର କରି ବ୍ୟାଙ୍କର ତତ୍କାଳୀନ ବ୍ରାଂଚ ମ୍ୟାନେଜର ଗିରିଜା ମିଶ୍ର, ଫିଲ୍ଡ୍ ଅଫିସର ସତ୍ୟରୂପା ମହାନ୍ତି, ସପ୍ଲାୟର ବଂଗାଳି ଜେନା, ସୁଶାନ୍ତ ଜେନା ଓ ଏଜେଂଟ୍ ସତ୍ୟାନନ୍ଦ ପାତ୍ରଙ୍କୁ ଦୋଷୀ ପାଇବା ସହ ସେମାନଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS