‘ଲକ୍ ଡାଉନ୍’ରେ ନାବାଳିକା ଗଣ ଦୁଷ୍କର୍ମ ମାମଲା, ଚାରି ‘ଓଟିଭି’ କର୍ମଚାରୀ ଗିରଫ
ପ୍ରସାଦ ରାଓ
୧୪ ଡ଼ିସେମ୍ବର
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜଧାନୀରେ ‘ତାଲାବନ୍ଦ’ ଲାଗୁ ଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ଇନଫୋସିଟି ଅଂଚଳରେ ଘଟିଥିବା ଏକ ଚାଂଚଲ୍ୟକର ନାବାଳିକା ଗଣ ଦୁଷ୍କର୍ମ ମାମଲାରେ କ୍ରାଇମ୍ ବ୍ରଂଚ ପୁଲିସ ରବିବାର ରାତିରେ ୪ ଜଣଙ୍କୁ ଗିରଫ କରିଛନ୍ତି । ସେଥିରୁ ଦୁଇ ଜଣ ବୈଦ୍ୟୁତିକ ଗଣମାଧ୍ୟମ ‘ଓଟିଭି’ରେ ସେହି ସମୟରେ କାର୍ଯ୍ୟ କରୁଥିବା କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ସଂସ୍ଥାରେ ଠିକାରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି ଗାର୍ଡ । ଏହି ଗଣ ଦୁଷ୍କର୍ମ ମାମଲାରେ ରାଜଧାନୀ ବାହାରର ତିନି ଜଣ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ନାବାଳିକାର ମା’ ଏହି ଅଭିଯୋଗ କରିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । କମିସନରେଟ୍ ପୁଲିସ ମାମଲାର ତଦନ୍ତ କରିଥିଲେ । ‘ଓଟିଭି’ ପରିଚାଳନା ନିର୍ଦେଶିକା ଜାଗୀ ମଂଗତ ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନିଆଯାଇଥିଲା । ପରେ, ତଦନ୍ତରେ ଶିଥିଳତା ଅଭିଯୋଗ ହେବାରୁ ରାଜ୍ୟ ସରକାର କ୍ରାଇମ ବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏହା ଛଡା ରାଜ୍ୟ ଶିଶୁ ସୁରକ୍ଷା ମଧ୍ୟ ମାମଲାର ତଦନ୍ତ କରୁଛନ୍ତି ।
ଓଡ଼ିଶା ହାଇକୋର୍ଟରେ ଏହି ମାମଲାକୁ ନେଇ ଏକ ଜନସ୍ୱାର୍ଥ ମାମଲା ବିଚାରାଧୀନ ରହିଛି । ତଦନ୍ତର ଶିଥିଳତାକୁ ନେଇ ନିକଟରେ ଓଡ଼ିଶା ହାଇକୋର୍ଟ ମଧ୍ୟ କ୍ଷୋଭ ବ୍ୟକ୍ତ କରିଥିଲେ । ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ । ପୁଲିସ ମହାନିର୍ଦେଶକ ଅଭୟ ଅଦାଲତରେ ହାଜର ହୋଇ ସଂପୃକ୍ତ ନାବାଳିକା ସିଆରପିସିର ୧୬୧ରେ ଦେଇଥିବା ବୟାନ ସହ ୧୬୪ ବୟାନ ମେଳ ଖାଉ ନଥିବାରୁ ତଦନ୍ତ ବିଳମ୍ବିତ ହେଉଛି ବୋଲି ଅଦାଲତଙ୍କୁ ଜଣାଇ ଥିଲେ । ହଠାତ୍ କ୍ରାଇମ୍ ବ୍ରାଂଚ ରବିବାର ରାତିରେ ମାମଲାରେ ଅଭିଯୁକ୍ତ ଥିବା ଦୁଇ ଓଟିଭି କର୍ମଚାରୀ ଓ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ଉଠାଇ ନେଇଛନ୍ତି । ସଂସ୍ଥାର ୪ କର୍ମଚାରୀ ଗିରଫ ହୋଇଥିବା ସମୟରେ ମାମଲାରେ ଅଭିଯୁକ୍ତ ଥିବା ପୁଲିସ କର୍ମଚାରୀ ସୁବାଶ ମିଶ୍ର ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇ ନାହିଁ କାହିଁକି (?) ବୋଲି ‘ଓଟିଭି’ ପ୍ରଶ୍ନ ଉଠାଇଛି ।
ଗଣ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ମା’ ବୈଦ୍ୟୁତିକ ଗଣମାଧ୍ୟମ ‘ଓଟିଭି’ (ଓଡ଼ିଶା ଟିଭି)ର ଜଣେ ଅସ୍ଥାୟୀ କର୍ମଚାରୀ ଥିଲେ । ସେ ପୂର୍ବାହ୍ନରେ ଅଫିସକୁ ଚାଲି ଯିବା ପରେ ଘରେ ରହୁ ଥିବା ତାଙ୍କ ନାବାଳିକା ଝିଅ ପ୍ରତି ବାରମ୍ବାର ଦୁର୍ଷ୍କମ ହୋଇଥିବା ଏବଂ ଦିନେ ୭ ଜଣଙ୍କ ଗଣ ଦୁଷ୍ମର୍ମ ଯୋଗୁଁ ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହୋଇ ନାବାଳିକା ଜଣକ ତାଙ୍କ ମା’ଙ୍କୁ ଜଣାଇ ଥିବା ପ୍ରାଥମିକ ଏତଲାରେ ଦର୍ଶାଯାଇଥିଲା ।ମହିଳା କର୍ମଚାର ଜଣକ ଘଟଣା ସଂପର୍କରେ ‘ଓଟିଭି’ ଏମ୍.ଡିÿଙ୍କୁ ଜଣାଇବା ପରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବଂ ପାଲଟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯିବାରୁ ମହିଳା କର୍ମଚାରୀ ଜଣକ ଭୟରେ ଝିଅକୁ ଧରି ଗାଁ ପଳାଇ ଥିଲେ । ପରେ, ସେ ରାଜଧାନୀକୁ ଫେରି ଘଟଣା ସଂପର୍କରେ ପୁଲିସରେ ଏତଲା ଦେଇଥିଲେ । କମିସନରେଟ୍ ପୁଲିସ ମାମଲାର ତଦନ୍ତ କରି ‘ଓଟିଭି’ର ସଂପୃକ୍ତ କର୍ମଚାରୀ, ମାନବ ସଂବଳ ଅଧିକାରୀ ଓ କର୍ମକର୍ତର୍ାଙ୍କୁ ଜେରା କରିଥିଲେ ମଧ୍ୟ କୌଣସି ଗିରଫଦାରୀ ନ ହେବାରୁ ଅସନ୍ତୋଷ ବଢିଲା । ଫଳରେ, ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଂଚ୍ ହାତରେ ସମର୍ପି ଥିଲେ । ରାଜ୍ୟ କ୍ରାଇମ୍ ବ୍ରାଂଚ ମାମଲାର ତଦନ୍ତ କରି ରବିବାର ରାତିରେ ‘ଓଟିଭି’ର ଦୁଇ କର୍ମଚାରୀ ଓ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ଉଠାଇ ନେଇଛନ୍ତି ।
ଅଭିଯୁକ୍ତ ‘ଓଟିଭି’ କର୍ମଚାରୀଙ୍କୁ ଗିରଫ କରା ଯାଇଥିବା ବେଳେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ ନ କରିବା କାରଣ କଣ ବୋଲି ଆଜି ‘ଓଟିଭି’ ପକ୍ଷରୁ ପ୍ରଶ୍ନ ହୋଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଇବା ସରକାରଙ୍କୁ ଚାପରେ ରଖି ଥିବାରୁ ସରକାର ସେସବୁ ଘଟଣାରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ‘ଓଟିଭି’ ଅଭିଯୋଗ କରିଥିବା ବେଳେ ଓଟିଭି ତଦନ୍ତରେ ଠିକ୍ ଭାବେ ସହଯୋଗ ନ କରିବାରୁ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS