କଟକ ଜିଲ୍ଲା ଆତିଆ ପାତିଆ ଚଂପିଅନସିପ୍, ପୁରୁଷ ବିଭାଗରେ ଡ଼ଏଭି ଓ ମହିଳା ବିଭାଗରେ ନେମାଳ ଚଂପିଅନ୍


କଟକ
୦୮ ଫେବୃୟାରୀ
ରବିବାର (୭ ତାରିଖ) ଦିନ କଟକ ଜଗତପୁରସ୍ଥିତ ନିମପୁର ସ୍ପୋର୍ଟସ୍ ଷ୍ଟାଡିୟମରେ କଟକ ଜିଲ୍ଲା ଅତିଆ ପାତିଆ ଆସୋସିଏସନ୍ ପକ୍ଷରୁ ସପ୍ତମ ଆତିଆ ପାତିଆ ଚଂପିଅନସିପ୍ ଅନୁଷ୍ଠିତ ହୋଇଯାଇଛି । ଏହି ଚଂପିଅନସିପରେ ଜିଲ୍ଲାରୁ ୮ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ ଭାଗ ନେଇଥିଲେ । ୨୦ ଜଣ ଅଫିସିଆଲ୍ ଖେଳ ପରିଚାଳନା କରିଥିଲେ । ପୁରୁଷ ଦଳରୁ ଡ଼ିଏଭି ଛାତ୍ର ଦଳ ଚଂପିଅନ୍ ହୋଇଥିବା ବେଳେ ମହିଳା ଦଳରୁ ନେମାଳ ଟିମ୍ ଚଂପିଅନ୍ ହୋଇଛି । ସେହିଭଳି, ପୁରୁଷ ଦଳରୁ ନେମାଳ ପ୍ରତିଯୋଗୀ ରନର୍ସଅପ୍ ହୋଇଛନ୍ତି ।
ମହିଳା ଦଳରେ ଜଗତପୁର ଦଳକୁ ରନର୍ସଅପ୍ ଟ୍ରଫି ମିଳିଛି । ସକାଳେ ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ରନାଥ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସୋସିଏସନ୍ ର ପତାକା ଉତ୍ତେୋଳନ କରିବା ସହ ପୁରୁଷ ଓ ମହିଳା ଦଳର ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଏହି ଚଂପିଅନସିପକୁ ଉଦ୍ଘାଟନ କରିଥିଲେ । ଆସୋସିଏନର ରାଜ୍ୟ ସଂପାଦକ ପ୍ରମୋଦ କୁମାର ପଣ୍ଡା, ‘ହୋମ୍ ନିଡ୍ସ୍’ ମୁଖ୍ୟ ସୁଶାନ୍ତ ରଥ, ଅଂଜୁକ୍ତା ସାହୁ, ସମରେନ୍ଦ୍ର ମୂଳିଆ, ସୁଧିର ଖଟୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍ୟାପନ ଉତ୍ସବରେ ପୂର୍ବତନ କଟକ ସଦର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ତଥା ୱେବ୍ ନ୍ୟାଜ୍ ପୋର୍ଟାଲ୍ ‘ମୋଅନୁଭବ.କମ୍’ର ମୁଖ୍ୟ ସଂପାଦକ ପ୍ରସାଦ ରାଓ, ପୂର୍ବତନ କର୍ପୋରେଟର୍ ନବ କିଶୋର ସ୍ୱାଇଁ, ପୂର୍ବତନ କର୍ପୋରେଟର୍ ଦୟାନିଧି ନାୟକ, ସମାଜସେବୀ ପ୍ରଭାତ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜେତା ଓ ରନର୍ସ ଦଳକୁ ଟ୍ରଫି ଓ ଅନ୍ୟ ପ୍ରତିଯୋଗୀ ଓ ଅଫିସିଅଲଙ୍କୁ ସମ୍ମାନସୂଚକ ମାନପତ୍ର ପ୍ରଦାନ କରିଥିଲେ । ଉଦ୍ଘାଟନ ଓ ଉଦ୍ୟାପନ ଉତ୍ସବରେ ଜି.ସୁବାସ ସ୍ୱାମୀ ଅଧ୍ୟକ୍ଷତା କରିଥିଲେ । ସଂପାଦକ ମହେଶ କୁମାର ମଲ୍ଲ ବିବରଣୀ ପାଠ କରିବା ସହ ମଂଚ ସଂଚାଳନା କରିଥିଲେ । କୋଷାଧ୍ୟକ୍ଷ ଧନଂଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆସୋସିଏନ୍ର ଉପ ସଭାପତି ବିକାଶ କୁମାର ସ୍ୱାଇଁ, ସହ ସଂପାଦକ ସସ୍ମିତା ସେଠୀ, ସଦସ୍ୟ ଦୁର୍ଗାଦତ୍ତ ମହାପାତ୍ର, ପ୍ରିତି ଚୌରାସିଆ, ଅରବିନ୍ଦ ଖୁଂଟିଆ, ମାମୁନି ଦାସ, ଏମ.ଡ଼ି.ଆରିଫ୍, ସୁଜାତା ସାସମଲ, ବିକ୍ରମ ସେଠୀ, ନରେନ୍ଦ୍ର ଗୋଚ୍ଛାୟତ, ଦିବେସ ସାହୁ, ଅମିତ ବୋଷ, ଏମ.ଡ଼ି. ଇଫତିକାର ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଅମ୍ବିକା ରଥ, ନିଳମଣୀ ଓଝା, କମଳାକାନ୍ତ ପଣ୍ଡା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ‘ବୋରୋସିଲ୍’, ‘ହୋମ ନିଡ୍ସ୍’, ମୋଅନୁଭବ.କମ୍ ଏବଂ ମୋଅନୁଭବ.କୋ.ଇନ୍ ଅନ୍ ଲାଇନ୍ ମାର୍ଟର ସହଯୋଗରେ ଏହି କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS