ସରକାରଙ୍କ ନିର୍ଦେଶ ମାନିବାକୁ ବାଧ୍ୟ ହେଲା ‘ଟ୍ୱିଟିର୍’
ନୂଆଦିଲ୍ଲୀ
୧୨ ଫେବୃୟାରୀ
କେନ୍ଦ୍ର ସରକାରଙ୍କ ନିର୍ଦେଶ ମାନିବାକୁ ବାଧ୍ୟ ହୋଇଛି ଆମେରିକୀୟ ମାଇକ୍ରୋ ବ୍ଲଗିଂ ସାମାଜିକ ଗଣମାଧ୍ୟମ ସଂସ୍ଥା ‘ଟ୍ୱଟର୍’ । ସରକାରଙ୍କ ଆଇଟି ସଚିବ ଅଜୟ ପ୍ରକାଶ ସାହାନେ ଏବଂ ‘ଟ୍ୱିଟର୍’ ଏକଜିକ୍ୟୁଟିଭ୍ ମୋନିକ୍ୟୁ ମାଚେ ଓ ଜିମ୍ ବାକରଙ୍କ ମଧ୍ୟରେ ବୁଧବାରର ଆଲୋଚନା ପରେ ‘ଟ୍ୱିଟର୍’ କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ନିର୍ଦେଶ ମାନି ସରକାର ଦେଇଥିବା ତାଲିକାର ୯୭ ପ୍ରତିଶତ ଆକାଉଂଟ୍ କୁ ବ୍ଲକ୍ କରି ଦେଇଛି । ‘ଫାର୍ମର୍ସ’ ଜେନୋସାଇଡ୍’ ହାସ୍ ଟ୍ୟାଗ୍ ବ୍ୟବହାର କରି ଏହି ଟ୍ୱିଟର୍ ଆକଂଟଧାରୀମାନେ ଉତ୍ତେଜନା ସୃଷ୍ଟି କଲା ଭଳି ଟ୍ୱିଟ୍ ମାନ କରୁଥିଲେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏସବୁ ଆକାଉଂଟ୍ ପଛରେ ପାକିସ୍ତାନୀ ଓ ଖାଲିସ୍ତାନୀ ସମର୍ଥକଙ୍କ ସମର୍ଥନ ରହିଛି ବୋଲି ସରକାର ଅନୁଭବ କରୁଥିଲେ ।
ସରକାର ଦୁଇ ପର୍ଯ୍ୟାୟରେ ୧୪୩୫ଟି ଟ୍ୱିଟର୍ ଆକାଉଂଟ୍ ର ତାଲିକା ଦେଇ ସେସବୁ ଆକାଉଂଟ୍ ବ୍ଲକ୍ କରିବାକୁ ‘ଟ୍ୱିଟର୍’ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ତେବେ, ସେଥିରୁ ୧୩୯୮ଟି ବ୍ଲକ୍ ହୋଇଥିବା ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । ଅନ୍ୟ ସବୁ ଟ୍ୱିଟର୍ ହ୍ୟାଣ୍ଡେଲ୍ ଗୁଡିକୁ ବ୍ଲକ୍ କରିବା ଆଗରୁ ସଂପୃକ୍ତ ଆକାଉଂଟଧାରୀଙ୍କ ନୋଟିସ୍ ପଠାଯିବା ଏବଂ ଅନ୍ୟ ପଦକ୍ଷେପ ନିଆଯିବା ବାକି ରହିଛି ବୋଲି ‘ଟ୍ୱିଟର୍’ କତ୍ତୃପକ୍ଷଙ୍କ ଆଡୁ ସଫେଇ ଦିଆଯାଇଛି । ସରକାର ଯେଉଁ ୧୧୭୮ ଟ୍ୱିଟର୍ ଆକାଉଂଟ ସହ ସମ୍ଭାବ୍ୟ ପାକିସ୍ତାନୀ ଓ ଖାଲିସ୍ତାନୀ ସମର୍ଥକଙ୍କ ଲିଂକ୍ ଥିବା ସୂଚାଇ ଥିଲେ ସେସବୁ ସଂପୂର୍ଣ୍ଣ ବ୍ଲକ୍ କରାଯାଇଥିବା ଏହି ସୂତ୍ରରୁ ପ୍ରକାଶ । ବିବଦମାନ ହାସ୍ ଟ୍ୟାଗ୍ ବ୍ୟବହାର କରିଥିବା ୨୫୭ ଟ୍ୱିଟର୍ ହ୍ୟାଣ୍ଡେଲ୍ ବ୍ଲକ୍ କରିବାକୁ ସରକାର କହିଥିଲେ । ସେଥିରୁ ୨୨୦ଟି ବ୍ଲକ୍ କରାଯାଇଛି । କିଛି ଆକାଉଂଟ୍ ଡୁପ୍ଲିକେଟ୍ ଥିବା ଅନୁମାନ କରାଯାଉଛି । ତେବେ, ସିପିଏମ୍ ନେତା ମହମ୍ମଦ ସଲିମ ଓ କାରାଭାନ୍ ପତ୍ରିକାର ଟ୍ୱିଟରୁ ଆକାଉଂଟ୍ ଭଳି କିଛି ଆକାଉଂଟ୍ ପୂର୍ବବତ୍ ଚାଲୁ ରହିଛି । ‘ଟ୍ୱିଟର୍’ ଏଭଳି ଅନୁକୂଳ ପଦକ୍ଷେପକୁ କେନ୍ଦ୍ର ସରକାର ସନ୍ତୁଷ୍ଟ ଥିବା ସୂଚନା ମିଳିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS