‘ଫାମେ ଇଂଡ଼ିଆ’ କାର୍ଯ୍ୟକ୍ରମକୁ ସରକାରଙ୍କ ଗୁରୁତ୍ୱ, ୧୫.୬୨ ଲକ୍ଷ ବିଦ୍ୟୁତଚାଳିତ ବାହନକୁ ରିହାତି ମିଳିବ
ନୂଆଦିଲ୍ଲୀ
୧୨ ଫେବୃୟାରୀ
ଦେଶରେ ବିଦ୍ୟୁତ ଚାଳିତ ବାହାନ ଉତ୍ପାଦନକୁ ପ୍ରେତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାର୧୫ ଲକ୍ଷ ୬୨ ହଜାର ବିଦ୍ୟୁତ ଚାଳିତ ବାହାନକୁ ସବ୍ସିଡ଼ ସୁବଧା ଯୋଗାଇ ଦେବାର ଯୋଜନା କରିଥିବା କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ସଂସଦ ଅଧିବେଶନରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ‘ଫାଷ୍ଟର୍ ଆଡପ୍ସନ ଏଣ୍ଡ ମେନୁଫେକ୍ଚରିଂ ଅଫ୍ (ହାଇବ୍ରିଡ୍ ଏଣ୍ଡ୍) ଇଲେକ୍ଟିକ୍ରାଲ୍ ଭେଇକିଲ୍ ଇନ୍ ଇଣ୍ଡିଆ’ (ଫାମେ ଇଂଡ଼ିଆ) ସ୍କିମ୍ ୧୦ ହଜାର କୋଟି ଟଙ୍କା ବଜେଟ୍ ସହାୟତାରେ କାର୍ଯ୍ୟକାରୀ କରାଯାଇଛି । ଏହା ମାଧ୍ୟମରେ କେନ୍ଦ୍ର ସରକାର ଦେଶରେ ପ୍ରାୟ ୬୨ ହଜାର ବିଦ୍ୟୁତ ଚାଳିତ ବସ୍ ଓ କାର୍ ଏବଂ ୧୫ ଲକ୍ଷ (ବିଦ୍ୟୁତ ଚାଳିତ) ତିନି ଓ ଦୁଇ ଚକିଆ ଯାନକୁ ରିହାତି ସୁବିଧା ଯୋଗାଇବା ଯୋଜନା କରିଛନ୍ତି । ଏହି ଦ୍ୱିତୀୟ ପର୍ଯ୍ୟାୟ ‘ଫାମେ’ କାର୍ଯ୍ୟକ୍ରମରେ ଦେଶରେ ପବ୍ଲିକ୍ ଓ ସେୟାରିଂ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ମୁଖ୍ୟତଃ ଫୋକସ୍ କରାଯାଇଛି । ଏଥିସକାଶେ ସରକାର ପ୍ରାୟ ୭ ହଜାର ଇଲେକ୍ଟି୍ରକ୍ ବସ୍, ୭ ଲକ୍ଷ ବିଦ୍ୟୁତ ଚାଳିତ ତିନି ଚକିଆ ଯାନ, ୫୫ ହଜାର ଇଲେକ୍ଟ୍ରିକ୍ ପାସେଂଜର୍ କାର ଓ ୧୦ ଲକ୍ଷ ବିଦ୍ୟୁତ ଚାଳିତ ଦୁଇ ଚକିଆ ଯାନକୁ ରିହାତି ସୁବିଧା ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ବିଦ୍ୟୁତ ଚାଳିତ ଯାନକୁ ରିଚାର୍ଜ କରିବା ସୁବିଧା ନେଇ ଗ୍ରାହକଙ୍କ ମନରେ ଯେଉଁ ଆଶଙ୍କା ରହିଛି ତାହା ଦୂର କରିବା ସକାଶେ ସରକାର ବୈଦ୍ୟୁତିକ ଯାନବାହାନର ରିଚାର୍ଜ ସୁବିଧା ପାଇଁ ଆବଶ୍ୟକ ଭିତ୍ତିଭୂମି ଗଢି ତୋଳିବେ ବୋଲି ମନ୍ତ୍ରୀ ଗଡ଼କରୀ ସଂସଦରେ କହିଛନ୍ତି । ତେବେ, ବିଦ୍ୟୁତ ଚାଳିତ ବାହାନ ଉପରେ ଟିକସ ହ୍ରାସ ପ୍ରଶ୍ନ ଉଠୁ ନାହିଁ ବୋଲି ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସଂପ୍ରତି ବିଦ୍ୟୁତ ଚାଳିତ ବାହାନ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS