ପାସପୋର୍ଟ ଜାଲିଆତି ଅଭିଯୋଗରେ ଯୁବତୀ ଗିରଫ
ମୁମ୍ବାଇ
୨୨ ଫେବୃୟାରୀ
ପାସପୋର୍ଟରେ ଜାଲିଆତି କରିଥିବା ଜଣେ ୨୮ ବର୍ଷିୟ ଯୁବତୀଙ୍କୁ ମୁମ୍ବାଇ ସହର ପୁଲିସ ଗିରଫ କରିଛନ୍ତି । ଅମ୍ବର ସୟଦ ନାମକ ଏହି ଯୁବତୀ ଜଣକ ଗତବର୍ଷ ମାର୍ଚ୍ଚ ୧୪ ତାରିଖରେ ଦୁବାଇରୁ ଭାରତ ଆସି ଥିଲେ ମଧ୍ୟ ପାସପୋର୍ଟରେ ଜାଲିଆତି କରି ମାର୍ଚ୍ଚ ୨୦ ବୋଲି ଦର୍ଶାଇଛନ୍ତି । ଗତ ୧୯ ତାରିଖ ଦିନ ଯୁବତୀ ଜଣକୁ ଦୁବାଇ ଫେରିବା ସକାଶେ ଇମିଗ୍ରେସନ୍ କାଉଂଟରରେ ନିଜର ପାସପୋର୍ଟ ଉପସ୍ଥାପନ କରିଥିଲେ । ତେବେ, ଇମିଗ୍ରେସନ୍ କାଉଂଟରରେ ଥିବା ଜଣେ କର୍ମଚାରୀ ଏହି ଜାଲିଆତିକୁ ଧରି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଅମ୍ବର ସୟଦଙ୍କୁ ଅଟକ ରଖା ଯାଇ ପଚରାଉଚୁରା କରାଯାଇଥିଲା । ପଚରାଉଚୁରା ବେଳେ ସୟଦ ଜାଲିଆତି କରିଥିବା ସ୍ୱୀକାର କରିଥିବା ଜଣାପଡିଛି । ଏହା ମଧ୍ୟ ଜଣାପଡିଛି ଯେ, ଗତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଅମ୍ବର ସୟଦ ମୁମ୍ବାଇରେ ପହଂଚି ପରିବାର ବର୍ଗଙ୍କୁ ନ ଜଣାଇ ସିଧା ଜଣେ ବଂଧୁଙ୍କ ସହ ଗୋଆ ପଳାଇ ଥିଲେ । ଘରକୁ ଫେରିବା ପରେ ସେ ଗୋଆ ଯିବା କଥା ଲୁଚାଇବାକୁ ଯାଇ ପାସପୋର୍ଟରେ ଥିବା ମାର୍ଚ୍ଚ ୧୪ ତାରିଖ ଆରାଇଭାଲ୍ ଷ୍ଟାଂପ୍ କୁ ରବରରେ ଲିଭାଇ ତାହା ଉପରେ ମାର୍ଚ୍ଚ ୨୦ରେ ପହଂଚିଲା ଭଳି ତାରିଖ ପକାଇ ଥିଲେ । ସୟଦ ପ୍ରଥମେ ଏହି ଜାଲିଆତିକୁ ସ୍ୱୀକାର କରି ନଥିଲେ । ଇମିଗ୍ରେସନ୍ ଅଧିକାରୀମାନେ ସାମାନ୍ୟ କଠୋର ହେବାରୁ ସୟଦ କାଂଦି ପକାଇ ନିଜର ଅପରାଧ ମାନି ଥିଲେ ବୋଲି ଜଣାପଡିଛି । ସୟଦଙ୍କୁ ଜାଲିଆତି ଅଭିଯୋଗରେ ପୁଲିସକୁ ହସ୍ତାନ୍ତର କରାଯିବା ପରେ ପୁଲିସ ତାଙ୍କୁ ଅଦାଲତରେ ହାଜର କରାଇ ଫେବୃୟାରୀ ୨୨ ପର୍ଯ୍ୟନ୍ତ ରିମାଂଡରେ ନେଇଥିଲେ । ତେବେ, ଜାଲିଆତିରେ ସେ ବ୍ୟବହାର କରିଥିବା ଷ୍ଟାଂପ୍ ଏପର୍ଯ୍ୟନ୍ତ ମିଳି ନଥିବାରୁ ରିମାଣ୍ଡ୍ ଅବଧି ବଢାଇବାକୁ ପୁଲିସ ଅଦାଲତରେ ଆବେଦନ କରିଥିବା ସୂଚନା ମିଳିଛି । ସୟଦ ଦୁବାିରେ ତିନି ବର୍ଷ ହେଲା ଚାକିରୀ କରୁଛନ୍ତି । ଗତ ବର୍ଷ ମାର୍ଚ୍ଚ ୧୪ରେ ସେ ମୁମ୍ବାଇ ଫେରିଥିଲେ ।

LETTER FROM THE EDITOR: A SPECIAL THANKS TO OUR READERS