ଓଡ଼ିଶା: ୧୬ରୁ ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ଜାରି


ଭୁବନେଶ୍ୱର
ଏପ୍ରିଲ ୧୫
ଓଡ଼ିଶା ସରକାର ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୧୬ ତାରିଖରୁ ସମଗ୍ର ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଜାରୀ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସନ୍ଧ୍ୟାରେ ଏହା ଘୋଷଣା କରିଛନ୍ତି । ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ୧୦ଟି ପଶ୍ଚିମାଂଚଳ ଓ ଦକ୍ଷିଣାଂଚଳ ଜିଲ୍ଲାରେ ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁ ଜାରି ଥିଲା । ବର୍ତ୍ତମାନ ସେହି ସବୁ ଜିଲ୍ଲାରେ ସନ୍ଧ୍ୟା ୬ଟାର ପରଦିନ ସକାଳ ୫ଟା ଯାଏଁ ରାତ୍ରୀ କର୍ଫ୍ୟୁ ଜାରି ହୋଇଛି । ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ (ଶନିବାର ଓ ରବିବାର) ସଂପୂର୍ଣ୍ଣ ସଟ୍ ଡାଉନ୍ ମଧ୍ୟ ଲାଗୁ ରହିବ । ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ରାତ୍ରୀ କର୍ଫ୍ୟୁ ଜାରି ହେଲା ବୋଲି ସେ କହିଛନ୍ତି । ଆଜି କରୋନା ପରିସ୍ଥିତି ସମୀକ୍ଷା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି । କମ୍ ବୟସର ଯୁବକ ଯୁବତୀମାନେ କରୋନାର ଏହି ଦ୍ୱିତୀୟ ଲହରରେ ବିଶେଷ ଭାବେ ଆକ୍ରାନ୍ତ ହେଉ ଥିବାରୁ ଜରୁରୀ ଆବଶ୍ୟକତା ନଥିଲେ ସେମାନେ ଘରୁ ନ ବାରିବାକୁ ସରକାର ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS