ଭୟଂକର ରୂପରେ ଗୁଜରାଟ ଆଡେ ମୁହାଁଇଛି ‘ତାଉତେଇ’…


ପ୍ରସାଦ ରାଓ
ମେ’ ୧୬
ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ତାଉତେଇ’ ଭୟଂକର ରୂପ ନେଇ ମାଡ଼ି ଚାଲିଛି ଗୁଜରାଟ ମୁହାଁ । ୧୭ ତାରିଖ ଅପରାହ୍ନରେ ଏହି ସାମୁଦ୍ରକ ଝଡ଼ ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଗୋଆ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଡ଼ାମନ-ଡ଼୍ୟୁ ଓ ଗୁଜରାଟର ଉପକୂଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବର୍ମା ଭାଷାରେ ‘ତାଉତେଇ’ ହେଉଛି ଅତି ଭୟଂକର ଶବ୍ଦ କରି ଚିକ୍ରାର କରୁଥିବା ଝିଟିପିଟି । ମିୟାମାର ରବିବାର ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ର ନାମକରଣ କରିଛି ‘ତାଉତେଇ’ । ଏହି ସାମୁଦ୍ରିକ ଝଡ଼ ବିଗତ ଛଅ ଘଂଟା ହେଲା ଘଂଟାକୁ ୯ କିମି ବେଗରେ ଉତ୍ତର ଦିଗକୁ ଗତି କରୁଥିବା ଅପରାହ୍ନ ସୁଦ୍ଧା ସୂଚନା ମିଳିଛି । ଅପରାହ୍ନ ସାଢେ ୩ଟା ସୁଦ୍ଧା ମିଳି ଥିବା ଖବର ମୁତାବକ ଏହି ସାମୁଦ୍ରିକ ଝଡ଼ ଗୋଆର ପଂଜିମ୍ ଠାରୁ ୧୨୦ କିମି ପଶ୍ଚିମ-ଉତ୍ତର ପଶ୍ଚିମରେ, ମୁମ୍ବାଇରୁ ୩୮୦ କିମି ଦକ୍ଷିଣରେ ଏବଂ ଭେରାଭଲର ଦକ୍ଷିଣରେ ୬୨୦ କିମି ଦୂରରେ ଦାନା ବାନ୍ଧି ରହିଛି ଏବଂ ଘଂଟାକୁ ୧୩ କିମି ବେଗରେ ଗୁଜରାଟ ମୁହାଁ ଅଗ୍ରସର ହେଉଛି । ସାମୁଦ୍ରିକ ଝଡ଼ ‘ତାଉତେଇ’ କର୍ଣ୍ଣଟକରେ ତାହାର ଭୟଂକର ରୂପ ଦେଖାଇଲାଣି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୩ଟି ଗ୍ରାମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । କର୍ଣ୍ଣାଟକ ରାଜ୍ୟ ପ୍ରକୃତିକ ବିପର୍ଯ୍ୟୟ କର୍ତ୍ତୃକ (କେଏସଡ଼ିଏମଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସାମୁଦ୍ରକ ଝଡ଼ ଭୟଂକର ରୂପ ନେଇ ଗୁଜରାଟରେ ସ୍ଥଳ ଭାଗ ଛୁଁଇବାକୁ ଥିବାରୁ ଗୁଜରାଟ ସରକାର ଓ କେନ୍ଦ୍ର ସରକାର ସତର୍କ ହେଲେଣି । ରଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ସେ ଆଜି ଭିଡ଼ିଓ କନ୍ଫରେନ୍ସିଂ କରିବା ପରେ ଗାନ୍ଧୀନଗରସ୍ଥିତ ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ ସେଂଟର (ଏସଏମଓସି)ରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖା ଯାଇଛି । ଏହି ସାମୁଦ୍ରକ ଝଡ଼ ଯୋଗୁଁ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ଯେପରି କୋଭିଡ଼ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ନହୁଏ ସେଥିପାଇଁ କୋଭିଡ଼ ଚିକିତ୍ସା କେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । କିଛି ହସ୍ପିଟାଲର ଝରକା, କବାଟକୁ ସିଲ୍ କରାଯିବା ମାଧ୍ୟମରେ ‘ୱିଂଡ୍ ପ୍ରୁଫିଙ୍ଗ୍’ କରାଯିବାକୁ ପଦକ୍ଷେପ ନିଆଯାଇଛି । କୋଭିଡ଼ ରୋଗୀ ଓ ଅନ୍ୟ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବା ଦିଗରେ ୧୭୫ଟି ଆଇସିୟୁ-ଯୁକ୍ତ ମୋବାଇଲ୍ ଭ୍ୟାନ୍ କୁ ଅଧିକ ପ୍ରଭାବିତ ହେବାକୁ ଥିବା ସ୍ଥାନମାନଙ୍କରେ ଅବସ୍ଥାପିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର ପୁନେରୁ ଆଜି ୫ଟି ଏନଡ଼ିଆରଏଫ ଟିମ୍ ଙ୍କୁ ବିମାନ ଯୋଗେ ଗୁଜରାଟର ଅହମ୍ମଦାବାଦକୁ ନିଆଯାଇଛି । ଆଇଏମଡ଼ି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ଼ ‘ତାଉତେଇ’ ଆସନ୍ତା ୧୨ ଘଂଟା ମଧ୍ୟରେ ଅଧିକ ବଳ ଯୋଗାଡ କରି ଗଭୀର ଅବପାତର ରୂପ ନେବ ଏବଂ ଆସନ୍ତା କାଲି (ମେ’ ୧୭ ତାରିଖ) ଗୁଜରାଟ ଉପକୂଳ ଛୁଇଁବ । ଛଅଟି ରାଜ୍ୟ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତମିଲନାଡ଼ୁ, ଗୁଜରାଟ ଓ ଗୋଆ ଏହି ସାମୁଦ୍ରିକ ଝଡ଼ର ଗତି ପଥରେ ଆସୁଥିବାରୁ ଏସବୁ ରାଜ୍ୟରେ ବ୍ୟାପକ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି । ସାମୁଦ୍ରିକ ଝଡ଼ ତାଉତେଇ ଓଡ଼ିଶା ମୁହାଁ ହେବ ବୋଲି ପୂର୍ବରୁ ଆଶଙ୍କ କରାଯାଇଥିଲା । ତବେ, ତାହା ଗୁଜରାଟ ମୁହାଁ ହୋଇଥିବାରୁ ଓଡ଼ିଶା ଉପକୂଳରେ ଆଶ୍ୱସ୍ତି ଦେଖା ଦେଇଛି । ବର୍ମା ଭାଷାରେ ଅତି ଯୋରରେ ଚିତ୍କାର କରୁଥିବା ଝିଟିପିଟି ‘ତାଉ-ତେ’ ଭାବେ ଜଣାଶୁଣା । ତେଣୁ, ମିୟାମାରରୁ ଆସିଥିବା ‘ତାଉ-ତେ’ ନାମରେ ଏହି ସାମୁଦ୍ରିକ ଝଡ଼କୁ ନାମିତ କରାଯାଇ ‘ତାଉତେଇ’ ନାକରେ ଉଚ୍ଚାରିତ କରାଯାଉଛି । ‘ତାଉତେଇ’ର ପ୍ରଭାବରେ ମୁମ୍ବାଇ ଓ କୋଂକଣରେ ଆଜି ମାରଗୋଆ ଓ ଥିବମ୍ ରେଳ ଷ୍ଟେସନ୍ ମଧ୍ୟରେ ପଂଚଟି ସ୍ଥାନରେ ରେଳ ଲାଇନ୍ ଉପରେ ଗଛ ପଡି ଥିବା ଯୋଗୁ କିଛି ଟ୍ରେନ୍ ଚଳାଚଳ ବିଳମ୍ବିତ ହୋଇଥିଲେ ମଧ୍ୟ ରେଳ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇନଥିବା କୋଂକଣ ରେଲୱେ ପକ୍ଷରୁ କୁହାଯାଇଛି । ତେବେ, ଆଜି ମୁମ୍ବାଇ ଓ କୋଂକଣରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେରଳରେ ପ୍ରବଳ ବର୍ଷା ଯୋଗୁଁ ଆଜି ୨ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ବିଳମ୍ବିତ ଅପରାହ୍ନରେ ସାମୁଦ୍ରିକ ଝଡ ‘ତାଉକତେ’ ଗୋଆରେ ପ୍ରବଳ ପ୍ରବନ ସହ ବର୍ଷା କରାଇଛି । ଫଳରେ, ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଂଟ ଉପୁଡି ଯାଇ ଗୋଆର ପ୍ରମୁଖ ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ରାଜ୍ୟର ବିଦ୍ୟୁତ ମନ୍ତ୍ରୀ ନିଲେଶ କାବରାଲେ କହିଛନ୍ତି । ଏହି ମହା ସାମୁଦ୍ରିକ ଝଡ଼ ଫଳରେ ଛଅଟି ରାଜ୍ୟ ପ୍ରଭାବିତ ହେବାକୁ ଥିବାରୁ ଏନଡ଼ିଆରଏଫ୍ ତାହାର ଟିମ୍ ସଂଖ୍ୟା ୫୩ରୁ ୧୦୦କୁ ବଢାଇ ଥିବା ବେଳେ ସେଥିରୁ ୪୮ଟି ଟିମ୍ କୁ କେରଳ, କର୍ଣ୍ଣାଟକ, ତମିଲନାଡ଼ୁ, ଗୁଜରାଟ, ଗୋଆ ଓ ମହାରାଷ୍ଟ୍ରରେ ଆଗୁଆ ମୁତୟନ କରାଯାଇଛି । ୨୦ଟି ଟିମ୍ କୁ ଷ୍ଟାଣ୍ଡବାଇ ରଖାଯାଇଛି । ବଳକା ୩୨ଟି ଟିମ୍ କୁ ବ୍ୟାକଅପ୍ ରଖା ଯାଇଥିବା ସୂଚନା ମିଳିଛି । ଭାରତୀୟ ବିମାନ ବାହିନୀ ମଧ୍ୟ ୧୬ଟି ଟ୍ରାନ୍ସପୋର୍ଟ କ୍ୟାରିୟର ଓ ୧୮ଟି ହେଲିକପଟର୍ ଷ୍ଟାଣ୍ଡବାଇ ରଖିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପରିସ୍ଥିତିର ସମୀକ୍ଷା କରି ଜନଜୀବନକୁ ସୁରକ୍ଷିତ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS