ସିବିଏସଇ, ଆଇସିଏସଇ ଦ୍ୱାଦଶ ପରୀକ୍ଷାର ଭାଗ୍ୟ ନିରୂପଣ କାଲି
ନୂଆଦିଲ୍ଲୀ
ମଇ ୨୨
କରୋନା ମହାମାରୀ ଦ୍ୱିତୀୟ ଲହରରେ ସୃଷ୍ଟି ହୋଇଥିବା ଭୟଂକର ଯୋଗୁଁ ଚଳିତ ବର୍ଷ ଏପ୍ରିଲ୍-ମେ’ରେ ହେବାକୁ ଥିବା ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଥିଲେ । ଜୁନ ପହିଲା ପରେ ପରୀକ୍ଷା ନେଇ ପରବର୍ତ୍ତୀ ନିଷ୍ପତ୍ତି ହେବ ବୋଲି ସେତେବେଳେ କୁହାଯାଇଥିଲା । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବମାନେ ସରକାରଙ୍କ ନିଷ୍ପତ୍ତିକୁ ଚାତକ ଭଳି ଚାହିଁ ରହିଥିବା ବେଳେ ଆସନ୍ତା କାଲି ଏସଂପର୍କରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କାଲି ଏସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ବୈଠକରେ ସିବିଏସଇ, ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ହେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ଅନ୍ୟ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକ ହେବ । ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ଏଥିରେ ଭାଗ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଚିଠି ଲେଖିଛନ୍ତି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଭଳି ପରୀକ୍ଷା କରାଯିବ ସେନେଇ କାଲିର ବୈଠକରେ ଆଲୋଚନା ହେବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS