ମହାରଣା ଓ ଭୋଇ ସେବାୟତ କୋଭିଡ଼ ଆକ୍ରାନ୍ତ: ତଥାପି ରଥ ନିର୍ମାଣ ସୁରୁଖୁରରେ ଚାଲିବ
ପୁରୀ
ମଇ ୨୨
ଜୁଲାଇ ୧୨ରେ ହେବାକୁ ଥିବା ପୁରୀ ରଥଯାତ୍ରା ପାଇଁ ଅକ୍ଷୀ ତୃତୀୟାରେ ରଥକାଠ ଅନୁକୂଳ କରାଯାଇ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଜୈବ ବଳୟ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ, ଆଜି ସୁଦ୍ଧା ୨୦ ଜଣ ମହାରଣା ଓ ଭୋଇ ସେବାୟତ କୋଭିଡ଼ରେ ଆକ୍ରାନ୍ତ ଥିବା ପୁରୀ ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଶୁକ୍ରବାର ସୁଦ୍ଧା ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ କରୋନା ଆକ୍ରାନ୍ତ ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ଆଜି ଆଉ ୨ ଜଣ ଆକ୍ରାନ୍ତ ଥିବା ସୂଚନା ଆସିଛି । ତେବେ, କିଛି ମହାରଣା ଓ ଭୋଇ ସେବକ କୋଭିଡ଼ ମହାମାରୀରେ ଆକ୍ରାନ୍ତ ହେବା ଫଳରେ ରଥ ନିର୍ମାଣ କାର୍ଯ୍ୟ ଅଟକିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି । ତିନି ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିବ । କାରଣ, ପର୍ଯ୍ୟାୟକ୍ରମେ ମହାରଣା, ଭୋଇ ସେବାୟତ ଓ ଅନ୍ୟାନ୍ୟ ସେବକମାନେ ଏହି ନିର୍ମାଣ କାର୍ଯ୍ୟରେ ସାମିଲ ହେଉଛନ୍ତି ।
ଜୁଲାଇ ୧୨ରେ ରଥଯାତ୍ରା ଥିବାରୁ ମେ’୧୫ରୁ ରଥକାଠ ଅନୁକୂଳ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିୟୋଜିତ ମହାରଣା ଓ ଭୋଇ ସେବାୟତମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ଦେବୀଦଳନ’ ରଥର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ‘ନନ୍ଦିଘୋଷ’ର ଉଚ୍ଚତା ୪୫.୬ ଫୁଟ, ପ୍ରଭୁ ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’ର ଉଚ୍ଚତା ୪୫ ଫୁଟ ଓ ମା’ ସୁଭଦ୍ରାଙ୍କ ରଥ ‘ଦେବୀଦଳନ’ର ଉଚ୍ଚତା ୪୪.୬ ଫୁଟ ରହୁଛି । ତିନି ରଥ ନିର୍ମାଣ ସକାଶେ ୧୩ ହଜାର ବର୍ଗ ଫୁଟ୍ କାଠ ଆବଶ୍ୟକ ପଡୁ ଥିବାରୁ ପ୍ରତି ବର୍ଷ ପାଖାପାଖି ୧୦୦୦ ଗଛ କଟାଯାଏ । ୧୯୨ ଜଣ ମହାରଣା, ଭୋଇ ସେବାୟତ, କମାର, ଚିତ୍ରକାର ପ୍ରମୁଖ ଏହି କାର୍ଯ୍ୟରେ ନିୟୋଜିତ ଥା’ନ୍ତି । ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟରେ ୭୯ ଜଣ ମହାରଣା ଓ ଭୋଇ ସେବାୟତ ନିୟୋଜିତ ଅଛନ୍ତି । କୋଭିଡ଼ ଆକ୍ରାନ୍ତ ୨୦ ମହାରଣା ଓ ଭୋଇ ସେବାୟତ ନିର୍ମାଣ କାର୍ଯ୍ୟରେ ସାମିଲ ନାହାନ୍ତି ।
ପର୍ଯ୍ୟାୟକ୍ରମେ ମହାରଣା, ଭୋଇ ସେବାୟତ, କମାର, ଚିତ୍ରକାର ଓ ଅନ୍ୟାନ୍ୟ ସେବକମାନେ ନିର୍ମାଣ କାର୍ଯ୍ୟରେ ସାମିଲ ହେଉ ଥିବାରୁ ତିନି ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିବ । କୋଭିଡ଼ ମହାମାରୀ କାର୍ଯ୍ୟକୁ ପ୍ରଭାବିତ କରି ପାରିବ ନାହିଁ ବୋଲି ପ୍ରଶାସନ କହିଛନ୍ତି । ରଥ ନିର୍ମାଣ ସରିବା ଯାଏଁ ଏଥିରେ ନିୟୋଜିତ ମହାରଣା, ଭୋଇ ସେବାୟତ ଓ ଅନ୍ୟ ସେବକ ନିଜ ଘରକୁ ଫେରନ୍ତି ନାହିଁ । ତାହା ହିଁ ବିଧି । ରଥଯାତ୍ରାର ତିନି ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୯ ତାରିଖରେ ତିନି ରଥର ନିର୍ମାଣ କାର୍ଯ୍ୟ ସରିଲେ ମହାରଣା, ଭୋଇ ସେବାୟତ ଓ ଅନ୍ୟ ସେବକମାନେ ନିଜ ନିଜ ଘରକୁ ଫେରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS