ରାମଦେବ କ୍ଷମା ମାଗନ୍ତୁ, ନହେଲେ ହଜାର କୋଟିର ମାନହାନୀ ମାମଲା
ଉତ୍ତରାଖଣ୍ଡ
ମେ’ ୨୭
ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସା ଓ ଚିକିତ୍ସକଙ୍କ ସଂପର୍କରେ ନିକଟରେ ଦେଇଥିବା ଏକ ମନ୍ତବ୍ୟ ନେଇ ଆଇଏମଏ (ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍) କ୍ଷୁବଧ ଥିବା ବେଳେ ଏହା ଉତ୍ତରାଖଣ୍ଡ ଶାଖା ଗତ ୨୫ ତାରିଖ ଦିନ ବାବା ରାମଦେବଙ୍କୁ କଡା ଭାଷାରେ ଏକ ଚିଠି ଲେଖି ସେ ନିଜ ମନ୍ତବ୍ୟ ପ୍ରତ୍ୟାହାର କରି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଜାରି ନ କଲେ ଏବଂ ଏଲୋପାଥି ସଂପର୍କୀତ ନିଜ ମନ୍ତବ୍ୟ ପାଇଁ ୧୫ ଦିନ ମଧ୍ୟରେ ଲିଖିତ ଭାବେ କ୍ଷମା ପ୍ରାର୍ଥନା ନ କଲେ ତାଙ୍କ ବିରୋଧରେ ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କରାଯିବ ବୋଲି ଚେତାବନୀ ଦେଇଛି । ଆଇଏମଏ ଉତ୍ତରାଖଣ୍ଡ ଶାଖା ପକ୍ଷରୁ ଓକିଲ ନୀରଜ ପାଣ୍ଡେ ଏହି ଦୁଇ ପୃଷ୍ଠାର ନୋଟିସ୍ ପଠାଇଛନ୍ତି । ନୋଟିସରେ କୁହାଯାଇଛି, ଯୋଗଗୁରୁ ରାମଦେବ ତାଙ୍କ ଦିବ୍ୟ ଶ୍ୱସରି କରୋନିଲ୍ କିଟ୍ କୋଭିଡ଼-୧୯ ଚିକିତ୍ସା ପାଇଁ ଉପାଦେୟ ବୋଲି ଦାବି କରୁଥିବା ବେଳେ ଆଇଏମଏ ଗତ ଫେବୃୟାରୀ ମାସରେ ଏହି କିଟ୍ ସଂପର୍କରେ ଆରଟିଆଇ ମାଧ୍ୟମରେ ତଥ୍ୟ ମାଗି ଥିଲା । ଯୋଗଗୁରୁ ଏଥିରେ ଉତ୍କ୍ଷୀପ୍ତ ହୋଇ ଏଲୋପାଥି ଚିକିତ୍ସା ଓ ଚିକିତ୍ସକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି । ରାମଦେବ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ତୁରନ୍ତ ରୋକା ଯିବାକୁ ଏବଂ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରାଯିବାକୁ ଆଇଏମଏର ସେଂଟ୍ରାଲ୍ ବଡି ମଧ୍ୟ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଥିଲା । ଏଲୋପାଥି ଔଷଧ ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି ବୋଲି ବାବା ରାମଦେବ ଯେଉଁ ଅଭିଯୋଗ କରିଛନ୍ତି ତାହା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ମଧ୍ୟ ଚ୍ୟାଲେଂଜ୍ । କାରଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେଟୋକଲ୍ ମୁତାବକ ଏଲୋପାଥି ଡ଼ାକ୍ତରମାନେ ଚିକିତ୍ସା କରୁଛନ୍ତି ଏବଂ ଏଲୋପାଥି ଔଷଧର ବ୍ୟବହାର ହେଉଛି । ବର୍ତ୍ତମାନ ଦେଶରେ ଯେଉଁ କୋଭିଡ଼ ଟିକାକରଣ ଚାଲିଛି ସେଥିରେ ବାଦା ଉପୁଯାଇବା ପାଇଁ ଏହା ବାବା ରାମଦେବଙ୍କ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ଆଇଏମଏ ଅଭିଯୋଗ କରିଛି । ଏଠାରେ ଉଲ୍ଲେଖନୀୟ ଯେ, ଏଲୋପାଥି ଚିକିତ୍ସା ବିଜ୍ଞାନକୁ ନେଇ ଯୋଗ ଗୁରୁ ବାବା ରାମଦେବ ନିକଟରେ ପ୍ରତିକୂଳ ମନ୍ତବ୍ୟ ଦେବାରୁ ଆଇଏମଏ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଯୋଗଗୁରୁଙ୍କୁ ଚିଠି ଲେଖି କ୍ଷମା ମାଗି ନେବାକୁ ପରାମର୍ଶ ଦେଇଥିଲେ । ତେବେ, ବାବା ରାମଦେବ କ୍ଷମା ନ ମାଗି ନାହାନ୍ତି । ଅପରପକ୍ଷରେ, ‘ବାବା ରାମଦେବଙ୍କୁ ଗିରଫ କର’ ବୋଲି ସାମାଜିକ ଗଣମାଧ୍ୟମରେ ‘ହାସ୍ ଟ୍ୟାଗ୍’ ଚାଲି ଥିବା ବେଳେ ବାବା କିଛି ଲୋକଙ୍କ ସହ ଆଲୋଚନା କରୁଥିବା ଏବଂ ‘ମୋତେ କାହାରି ବାପା ଗିରଫ କରି ପାରିବ ନାହିଁ’ ବୋଲି ମନ୍ତବ୍ୟ ଦେଉ ଥିବାର ଆଉ ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉ ଥିବାର ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS