ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ୍
ନୂଆଦିଲ୍ଲୀ
ଜୁନ୍ ୧୭
ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସିବିଏସଇ ବୋର୍ଡ କତ୍ତୃପକ୍ଷ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି । ବୋର୍ଡ କତ୍ତୃପକ୍ଷ କୋର୍ଟକୁ କହିଛନ୍ତି ଯେ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇ ପାରି ନଥିବା ଛାତ୍ରଛାତ୍ରୀଙ୍କ ଦଶମ ଓ ଏକାଦଶ ଶ୍ରେଣୀ ଚୂଡାନ୍ତ ପରୀକ୍ଷାର ଫଳାଫଳକୁ ନେଇ ଦ୍ୱାଦର୍ଶ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ସଂପୃକ୍ତ ଛାତ୍ର ବା ଛାତ୍ରୀ ଦଶମ ଓ ଏକାଦଶ ଶ୍ରେଣୀ ଫାଇନାଲ୍ ପରୀକ୍ଷାରେ ଯାହା ମାର୍କ ରଖି ଥିବେ ତାହାର ୬୦ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ମାର୍କକୁ ବିଚାରକୁ ନେଇ ଦ୍ୱାଦଶ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ସ୍କୁଲଗୁଡିକରୁ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଦଶମ ଓ ଏକାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାର ମାର୍କ ମିଳି ସାରିଛି । ଏକାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାରେ ମିଳି ଥିବା ମାର୍କର ୩୦ ପ୍ରତିଶତ ଓ ଦଶମ ଶ୍ରେଣୀରେ ମିଳି ଥିବା ବେଷ୍ଟ୍-ଅଫ୍-ଥ୍ରିର ୩୦ ପ୍ରତିଶତ ମାର୍କ ଏବଂ ପ୍ରାକ୍ଟିକାଲ ପରୀକ୍ଷାର ଶତ ପ୍ରତିଶତ ମାର୍କକୁ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ଫଳାଫଳ ନିର୍ଦ୍ଧାରଣ ବେଳେ ବିଚାରକୁ ନିଆଯାଉଛି । ତିନି ବର୍ଷର ପାଠପଢାକୁ ନେଇ ଦ୍ୱାଦଶ ପରୀକ୍ଷା ଫଳ ନିର୍ଦ୍ଧାରଣ ହେଉ ଥିବା ବେଳେ ଯଦି କେହି ଉତ୍ତୀର୍ଣ୍ଣ ହେଉ ନାହାନ୍ତି ସେମାନଙ୍କୁ ‘ଏସେନ୍ସିଆଲ୍ ରିପିଟ୍’ ବା ‘କଂପାର୍ଟମେଂଟାଲ୍’ କାଟାଗୋରୀରେ ରଖାଯିବ ବୋଲି ସିବିଏସଇ ବୋର୍ଡ କତ୍ତୃପକ୍ଷ କହିଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏ.ଏମ.ଖାନୱିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାଲାରେ ଶୁଣାଣୀ କରିଥିଲେ । ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଅଦାଲତ ଉପସ୍ଥିତ ହୋଇଥିଲେ । ପରୀକ୍ଷା ଫଳକୁ ନେଇ କୌଣସି ଛାତ୍ର ବା ଛାତ୍ରୀ ଅସନ୍ତୁଷ୍ଟ ରହିଲେ ପରବର୍ତ୍ତୀ ସମୟରେ ହେବାକୁ ଥିବା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଭାଗ ନେଇ ପାରିବେ ବୋଲି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଖଣ୍ଡପୀଠଙ୍କୁ କହିଛନ୍ତି । କୋଭିଡ଼-୧୯ର ଦ୍ୱିତୀୟ ଲହର ଦେଶବ୍ୟାପୀ ଭୟଂକର ପରିସ୍ଥିତି ସଅଷ୍ଟି କରିବାରୁ ସରକର ୨୦୨୧ ଏପ୍ରିଲ-ମେ’ରେ ହେବାକୁ ଥିବା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS