ଦ୍ୱାଦଶ ବୋର୍ଡ କ୍ଲାସ୍ ରୁମ୍ ପରୀକ୍ଷା କରାଇବାକୁ ଚାହୁଁଛି ଆନ୍ଧ୍ର, ସୁପ୍ରିମ କୋର୍ଟ କ୍ଷୁବ୍ଧ
ପ୍ରସାଦ ରାଓ
ଜୁନ ୨୪
କରୋନା ମହାମାରୀର ଦ୍ୱିତୀୟ ଲହରରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃ୍େଟିରେ ରଖି ସିବିଏସଇ, ଆଇସିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା ସମେତ ବିଭିନ୍ନ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାର ଆସନ୍ତା ମାସରେ ଦ୍ୱାଦଶ ଶ୍ରେଣୀ ବୋର୍ଡର କ୍ଳାସ୍ ରୁମ୍ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇ ଥିବାରୁ ସୁପ୍ରିମ କୋର୍ଟ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ଯଦି ପରୀକ୍ଷା ଜନିତ ଗୋଟିଏ ବି ମୃତ୍ୟୁ ହୁଏ ତେବେ ଅଦାଲତ କୋଟିଏ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ ଦେବାକୁ ପଛାଇବେ ନାହିଁ ବୋଲି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏ.ଏମ.ଖାଲୱିନକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଏକ ଦୁଇ ଜଣିଆ ଖଣ୍ଡପୀଠ ଆଜି ସକାଳେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଅନ୍ୟ ରାଜ୍ୟର ବୋର୍ଡମାନେ କରୋନା ମହାମାରୀକୁ ଦୃଷ୍ଟରେ ରଖି ସେମାନଙ୍କ ବୋର୍ଡ ପରୀକ୍ଷା ସବୁ ବାତିଲ କରିଥିବା ବେଳେ ଆନ୍ଧ୍ର ସରକାର କାହିଁକି ନିଜକୁ ଭିନ୍ନ ଦେଖାଇ ହେଉଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ କରୋନା ମହାମାରୀର ନୂଆ ନୂଆ ଭେରିଏଂଟ୍ ଏବେ ବି ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇ ରହିଥିବା ଏବଂ ନୂଆ କରି ଆସିଥିବା ‘ଡ଼େଲ୍ଟା-ପ୍ଲସ୍’ ଭାରିଆଂଟ୍ କେତେଦୂର ଘାତକ ହେବ ତାହା କେହି କହି ପାରୁ ନଥିବା ବେଳେ ଆନ୍ଧ୍ର ସରକାର ଆସନ୍ତା ମାସରେ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ରୁମ୍ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେବାର କି ଆବଶ୍ୟକତା ରହିଛି (?) ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ବିଭିନ୍ନ ରାଜ୍ୟ କୋଭିଡ଼ ମହାମାରୀରେ ପ୍ରାଣ ହରାଉ ଥିବା ଲୋକଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉଛି । ଆନ୍ଧ୍ର ସରକାର ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ୍ ରୁମ୍ ପରୀକ୍ଷା କରାଇଲେ ଯଦି ଗୋଟିଏ ବି ମୃତ୍ୟୁ ଘଟେ ସେହି ପରିମାଣର କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯିବନାହିଁ କାହିଁକି (?) ବୋଲି ଖଣ୍ଡପୀଠ ସରକାରଙ୍କୁ ପଚାରିଛନ୍ତି । ରାଜ୍ୟରେ ଆସନ୍ତା ମାସରେ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ରୁମ୍ ପରୀକ୍ଷା କରାଯିବା ନିଷ୍ପତ୍ତିର ପରିମାପକ କଣ ଏବଂ କିଏ ଏହି ନିଷ୍ପତ୍ତି ନେଇଛନ୍ତି – ତାହା ନିର୍ଦ୍ଧିଷ୍ଟ ଭାବେ ଅଦାଲତକୁ ଲିଖିତ ଆକାରରେ ଜଣାଇବାକୁ ଖଣ୍ଡପୀଠ ସରକାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖନୀୟ ଯେ, କୋଭିଡ଼ ମହାମାରୀ ଦୃଷ୍ଟିରୁ ୨୧ଟି ରାଜ୍ୟରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଛି । କେନ୍ଦ୍ର ସରକାର ମଧ୍ୟ ଚଳିତ ବର୍ଷର ସିବିଏସଇ ଏବଂ ଆଇସିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରି ବିକଳ୍ପ ମାର୍କିଂ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି । କେବଳ ଆନ୍ଧ୍ର ସରକାର ପରୀ୪ା କରାଇବାକୁ ଚାହୁଁଛନ୍ତି । ରାଜ୍ୟରେ ମଧ୍ୟ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରାଯିବାକୁ ହୋଇଥିବା ଏକ ଆବେଦନର ବିଚାର କରି ସୁପ୍ରିମ କୋର୍ଟ ଖଣ୍ଡପୀଠ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ମଂଗଳବାର ଦିନ ଅଦାଲତରେ କୁହାଯାିଥିଲା ଯେ ରାଜ୍ୟରେ କୋଭିଡ଼ ମହାମାରୀ ପରିସ୍ଥିତିରେ ବେଶ୍ ଉନ୍ନତି ଘଟି ଥିବାରୁ ସରକାର ଦ୍ୱାଦଶ ବୋର୍ଡର କ୍ଲାସ୍ ରୁମ୍ ପରୀକ୍ଷା କରାଇବାକୁ ନିର୍ଣ୍ଣୟ ନେଇଛନ୍ତି । ଅଦାଲତରେ ଏକ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ବୁଧବାର ଦିନ ଏକ ସତ୍ୟପାଠ ଦାଖଲ କରାଯାଇଛି ।
ଏହି ସତ୍ୟପାଠରେ କୁହାଯାଇଛି, ସ୍କୁଲଗୁଡିକ ଦେଉଥିବା ଇଂଟରନାଲ ମାର୍କିଂ ଉପରେ ରାଜ୍ୟ ଶିକ୍ଷା ବୋର୍ଡର କୌଣସି ନିୟନ୍ତ୍ରଣ ନାହିଁ । ଅନ୍ୟ ରାଜ୍ୟମାନେ ଇଂଟରାନାଲ୍ ଆସେସମେଂଟ୍ ମାଧ୍ୟମରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ରାଜି ହୋଇଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ପାଇଁ ତାହା ଯଥେଷ୍ଟ ନୁହଁ ବୋଲି ଆନ୍ଧ୍ର ସରକାର ବିଚାର କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଦକ୍ଷତାର ସଠିକ ମୂଲ୍ୟାୟନ ପାଇଁ ଅନ୍ୟ କିଛି ବିକଳ୍ପ ଆଖିକୁ ଦିଶୁ ନଥିବାରୁ ଇନ୍-ସେସନ୍ ପରୀକ୍ଷା କରାଇବାକୁ ସରକାର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ସରକାର କହିଛନ୍ତି, ରାଜ୍ୟରେ କୋଭିଡ଼ ନିର୍ଦେଶାବଳୀକୁ ପାଳନ କରି ଦ୍ୱାଦଶ ବୋର୍ଡ ପରୀକ୍ଷା କରାଇବାକୁ ଆବଶ୍ୟକ ସଂଖ୍ୟକ ସ୍କୁଲ କୋଠରୀ ରହିଛି । ଗୋଟିଏ କୋଠରୀରେ ୧୫ରୁ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ସାମାଜିକ ଦୂରତା ରକ୍ଷା କରି ବସାଇ ହେବ ଏବଂ ଅନ୍ୟାନ୍ୟ କୋଭିଡ଼ ନିୟମ ପାଳନ ମୁତାବକ ପରୀକ୍ଷା କରାଇ ହେବ ।
ତେବେ, ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ଯୁକ୍ତିରେ ସନ୍ତୁଷ୍ଟ ହୋଇ ନାହାନ୍ତି । ରାଜ୍ୟରେ ୫ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବାରୁ ୩୪,୬୩୪ଟି କୋଠରୀର ଆବଶ୍ୟକତା ରହିଛି । ସରକାର ଏତେ ସଂଖ୍ୟକ ସ୍କୁଲ କୋଠରୀ ବ୍ୟବସ୍ଥା କରି ପାରିବେ ନା ପିଲାଙ୍କୁ ଖୋଲା ମେଲାରେ ବସାଇ ପରୀକ୍ଷା କରାଇବାକୁ ଯୋଜନା ରଖିଛନ୍ତି (?) ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିଥିବା ବେଳେ ରାଜ୍ୟ ସରକାର କହିଛନ୍ତି, ପରୀକ୍ଷା ପରିାଳନା ପାଇଁ ରାଜ୍ୟରେ ୩୪ ହଜାର ସ୍କୁଲ କୋଠରୀ ଚିହ୍ନଟ କରାଯାଇଛି ଏବଂ ୫୦ ହଜାର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଟିକାକରଣ କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ସରକାର ପ୍ରସ୍ତୁତ ବୋଲି ଆନ୍ଧ୍ର ସରକାର କହିଛନ୍ତି । ଆସନ୍ତା କାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଧାର୍ଯ୍ୟ ହୋଇଛି । ଏହି ଖଣ୍ଡପୀଠ ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ ପାଇଁ ନିକଟ ଅତୀତରେ ନିଆଯାଇଥିବା ନିଷ୍ପତ୍ ତିକୁ ଯଥାର୍ଥ ଦର୍ଶାଇ ଥିଲେ ଏବଂ ବିକଳ୍ପ ମାର୍କିଂ ବ୍ୟବସ୍ଥାକୁ ମଧ୍ୟ ସ୍ୱୀକୃତି ଦେଇଥିଲେ । ଆଇସିଏସଇ ଓ ସିବିଏସଇର କ୍ଲାସ୍ ରୁମ୍ ପରୀକ୍ଷା କରାଇବାକୁ କିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆବେଦନକୁ ମଧ୍ୟ ଖାରଜ କରିଥିଲେ । କାଲି ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତିକୁ ଅଦାଲତ କି ନିର୍ଣ୍ଣୟ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS