୭୭ ଜଣିଆ ମୋଦୀ ରଥ…
ପ୍ରସାଦ ରାଓ
ଜୁଲାଇ ୦୯
ବୁଧବାର କେନ୍ଦ୍ର ମନ୍ତ୍ରୀ ପରିଷଦରେ ଅଦଳ ବଦଳ ପରେ ନୂଆ, ପୂରୁଣା ମିଶି ମୋଟ ୭୭ ଜଣ ମନ୍ତ୍ରୀ ଏଥିରେ ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୩୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ରହିଥିବା ବେଳେ ଦୁଇ ଜଣ ସ୍ୱାଧୀନ ଦାୟିତ୍ୱ ଥାଇ ରାଷ୍ଟ୍ର ମନ୍ତ୍ରୀ ଏବଂ ୪୩ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ନିଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଧିନର କାର୍ମିକ, ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରଣାଳୟ, ପରମାଣୁ ଶକ୍ତି, ମହାକାଶ ବିଭାଗ, ଗୁରୁତ୍ୱପୂର୍ଣ୍ଣ ନୀତି ବ୍ୟାପାର ଏବଂ ବଂଟନ ହୋଇ ନଥିବା ସମସ୍ତ ବିଭାଗ ରଖିଛନ୍ତି ।
ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ ସିଂହ – ପ୍ରତିରକ୍ଷା, ଅମୀତ ଶାହା – ଗୃହ ମନ୍ତ୍ରଣାାଳୟ ସହ ସହଯୋଗ, ନୀତୀନ ଗଡ଼କରୀ ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ, ଶ୍ରୀମତୀ ନିର୍ମଳା ସୀଥାରମଣ – ଅର୍ଥ ଓ କର୍ପୋରେଟ ବ୍ୟାପାର ବିଭାଗ, ନରେନ୍ଦ୍ର ସିଂହ ତୋମର – କୃଷି ଓ କୃଷକ କଲ୍ୟାଣ ବିଭାଗ, ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର – ବିଦେଶ ବ୍ୟାପାର, ଅର୍ଜୁନ ମୁଣ୍ଡା – ଆଦିବାସୀ ବ୍ୟାପାର, ଶ୍ରୀମତୀ ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ, ପିୟୂଷ ଗୋୟେଲ – ବାଣିଜ୍ୟ ଏବଂ ଶିଳ୍ପ, ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ସହ ବୟନ ଶିଳ୍ପ ମନ୍ତ୍ରଣାଳୟ, ଧମେନ୍ଦ୍ର ପ୍ରଧାନ – ଶିକ୍ଷା, କୌଶଳ ବିକାଶ ଓ ପ୍ରଦ୍ୟୋଗିକୀ, ପ୍ରହ୍ଲାଦ ଯୋଶୀ – ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ, ନାରାୟଣ ରାଣେ – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସର୍ବାନନଦ ସୋନେୱାଲ – ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ଓ ଆୟୁଷ ମନ୍ତ୍ରଣାଳୟ, ମୁଖତାର ଆବ୍ୱାସ ନକଭୀ – ସଂଖ୍ୟାଲଘୁ ବ୍ୟାପାର, ଡକ୍ଟର ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ଗିରିରାଜ ସିଂହ – ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତରାଜ, ଜ୍ୟୋତିରାଦିତ୍ୟ ସିନ୍ଧିଆ – ବେସାମରିକ ବିମାନ ଚଳାଚଳ, ରାମଚନ୍ଦ୍ର ପ୍ରସାଦ ସିଂହ – ଇସ୍ପାତ, ଅଶ୍ୱିନୀ ବୈଷ୍ଣବ – ରେଳ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲୋକ୍ଟ୍ରୋନିକ୍ସ, ପଶୁପତି କୁମାର ପାରସ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଗଜେନ୍ଦ୍ର ସିଂହ ଶେଖାୱତ – ଜଳଶକ୍ତି, କିରଣ ରିଜ୍ଜୁ – ଆଇନ ଓ ନ୍ୟାୟ, ରାଜ କୁମାର ସିଂହ – ଶକ୍ତି ଓ ଅକ୍ଷୟ ଶକ୍ତି, ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ , ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର, ମନସୁଖ ମାଣ୍ଡଭ୍ୟ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର, ରସାୟନ, ଭୂପେନ୍ଦ୍ର ଯାଦବ – ପରିବେଶ, ଜଂଗଲ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି, ଡକ୍ଟର ମହେନ୍ଦ୍ର ନାଥ ପାଂଡେ – ଭାରୀ ଶିଳ୍ପ, ପୁରୁଷୋତ୍ତମ ରୂପାଲା – ମତ୍ସ୍ୟ ଓ ପଶୁପାଳନ ଏବଂ ଦୁବ୍ଧ ଉତ୍ପାଦନ, ଜି. କିଷନ ରେଡ୍ଡୀ – ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର-ପୂର୍ବାଂଚଳ ବିକାଶ ଏବଂ ଅନୁରାଗ ଠାକୁର – ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।
ସ୍ୱାଧୀନ ପାହ୍ୟା ରାଷ୍ଟ୍ର ମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଥିବା ଦୁଇ ଜଣ ମନ୍ତ୍ରୀ ହେଉଛନ୍ତି – ଇନ୍ଦ୍ରଜିତ ସିଂହ (ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ, ଯୋଜନା, କର୍ପୋରେଟ ବ୍ୟାପାର ) ଓ ଡକ୍ଟର ଜିତେନ୍ଦ୍ର ସିଂହ ( ବିଜ୍ଞାନ ଓ ପ୍ରଯୁକ୍ତି, ଭୂବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ ଦପ୍ତର, କାର୍ମିକ, ଜନ ଅଭିଯୋଗ ଓ ପେନସନ୍, ପରମାଣୁ ଶକ୍ତି ଓ ମହାକାଶ ବିଭାଗ)
ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୪୩ ଜଣ । ସେମାନେ ହେଉଛନ୍ତି – ଶ୍ରୀପଦ ନାୟକ (ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ଏବଂ ପର୍ଯ୍ୟଟନ), ଫଗନ ସିଂହ କୁଲସ୍ତେ (ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ), ପ୍ରହଲ୍ଲାଦ ସିଂହ ପଟେଲ (ଜଳ ଶକ୍ତି ଓ ଖାଦ୍ୟ ପ୍ରକ୍ରିୟାକରଣ), ଅଶ୍ୱିନୀ କୁମାର ଚୌବେ (ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ, ପରିବେଶ, ଜଂଗଲ ଓ ଜଳାବାୟୁ ପରିବର୍ତ୍ତନ), ଅର୍ଜୁନ ରାମ ମେଘୱାଲ (ସଂସଦୀୟ ବ୍ୟାପାର ଓ ସଂସ୍କୃତି), ଜେନେରାଲ (ଅବସରପ୍ରାପ୍ତ) ଭି.କେ.ସିଂହ (ସଡ଼କ ପରିବହନ, ରାଜପଥ, ବେସାରିକ ବିମାନ ଚଳାଚଳ), କ୍ରୀଷ୍ଣା ପଲ୍ (ଶକ୍ତି ଓ ଭାରୀ ଶିଳ୍ପ), ଡ଼ି. ରାଓସାହେବ ଦାଦାରାଓ (ରେଳ, କୋଇଲା ଓ ଖଣି), ରାମଦାସ ଅଠୱାଲେ (ସାମାଜିକ ନ୍ୟାୟ ଓ ସଶକ୍ତିକରଣ), ସାଧ୍ୱୀ ନିରଂଜନ ଜ୍ୟୋତି (ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ, ଗ୍ରାମ୍ୟ ଉନ୍ନୟନ), ସଂଜୀବ କୁମାର ବାଲ୍ୟନ (ମତ୍ସ୍ୟ, ପଶିପାଳନ ଓ ଦୁଗ୍ଧ ଉତ୍ପାଦନ), ନିତ୍ୟାନନ୍ଦ ରାୟ (ଗୃହ ବ୍ୟାପାର), ପଂକଜ ଚୌଧୁରୀ (ଅର୍ଥ), ଅନୁପ୍ରିୟା ସିଂହ ପଟେଲ (ବାଣିଜ୍ୟ ଓ ଶିଳ୍ପ), ଏସ.ପି ସିଂହ ବାଘେଲ (ଆଇନ ଓ ନ୍ୟାୟ), ରାଜୀବ ଚନ୍ଦ୍ରଶେଖର ( ଦକ୍ଷତା ବିକାଶ, ପ୍ରାଦ୍ୟୋଗିକୀ, ସୂଚନା ଓ ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ), ସୁଶ୍ରୀ ଶୋଭା କରଣ୍ଡଲାଜେ (କୃଷି ଓ କୃଷକ କଲ୍ୟାଣ), ଭାନୁପ୍ରତାପ ସିଂହ ବର୍ମା (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ), ଦର୍ଶନ ବିକ୍ରମ ଜରଦୋସ (ବୟନ ଓ ରେଳ), ଭି. ମୁରଲୀଧରନ (ବୈଦେଶିକ ବ୍ୟାପାର ଓ ସଂସଦୀୟ ବ୍ୟାପାର), ମିନାକ୍ଷୀ ଲେଖି (ବୈଦେଶିକ ବ୍ୟାପାର, ସଂସ୍କୃତି), ସୋମ୍ ପ୍ରକାଶ (ଶିଳ୍ପ ଓ ବାଣିଜ୍ୟ), ରେଣୁକା ସିଂହ ସରୁତା (ଆଦିବାସୀ ବ୍ୟାପାର), ରାମେଶ୍ୱର ତେଲି (ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଶ୍ରମ ଓ ନିଯୁକ୍ତି), କୈଳାଶ ଚୌଧୁରୀ (କୃଷି ଓ କୃଷକ କଲ୍ୟାଣ), ଅନ୍ନପୂର୍ଣ୍ଣା ଦେବୀ (ଶିକ୍ଷା), ଏ. ନାରାୟଣ ସ୍ୱାମୀ (ସାମାଜିକ ନ୍ୟାୟ ଓ ସଶକ୍ତିକରଣ), କୌଶଳ କିଶୋର (ସହରାଂଚଳ ବ୍ୟାପାର ଓ ଗୃହ ନିର୍ମାଣ), ଅଜୟ ଭଟ୍ଟ (ପ୍ରତିରକ୍ଷା ଓ ପର୍ଯ୍ୟଟନ), ବି.ଏଲ.ବର୍ମା (ଉତ୍ତର-ପୂର୍ବାଂଚଳ ବିକାଶ, ସହଯୋଗ ମନ୍ତ୍ରଣାଳୟ), ଅଜୟ କୁମାର (ଗୃହ ବ୍ୟାପାର), ଦେବୁସିଂହ ଚୌହାନ (ସଂଚାର), ଭଗବନ୍ତ ଖୁବା (ଅକ୍ଷୟ ଶକ୍ତି, ସାର ଓ ରସାୟନ), କପିଳ ମୋରେଶ୍ୱର ପାଟିଲ (ପଂଚାୟତରାଜ), ସୁଶ୍ରୀ ପ୍ରତିମା ଭୌମିକ (ସାମାଜିକ ନ୍ୟାୟ ଓ ସଶକ୍ତିକରଣ), ଡକ୍ଟର ସୁଭାଷ ସରକାର (ଶିକ୍ଷା), ଡକ୍ଟର ଭଗବତ କ୍ରିଷ୍ଣାରାଓ କରାଡ (ଅର୍ଥ), ରାଜକୁମାର ରଂଜନସିଂହ (ବୈଦେଶିକ ବ୍ୟାପାର ଓ ଶିକ୍ଷା), ଭାରତୀ ପ୍ରବୀଣ ପାୱାର (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ), ବିଶ୍ୱେଶ୍ୱର ଟୁଡୁ (ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି), ଶାନ୍ତନୁ ଠାକୁର (ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ), ଡକ୍ଟର ଏମ. ମହେନ୍ଦ୍ରଭାଇ (ମହିଳା ଓ ଶିଶୁ ବିକାଶ ଏବଂ ଆୟୁଷ), ଜନ୍ ବାର୍ଲା (ସଂଖ୍ୟାଲଘୁ ବ୍ୟାପାର) ।
କେନ୍ଦ୍ର ମନ୍ତ୍ରୀ ପରିଷଦରେ ୭ ଜଣ ନୂଆ ମହିଳା ମନ୍ତ୍ରୀ ସାମିଲ ହେବା ଫଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ନୂଆ ମନ୍ତ୍ରୀ ପରିଷଦରେ ୧୩ ଜଣ ଓକିଲ, ୬ ଜଣ ଡ଼ାକ୍ତର, ୫ ଜଣ ଇଂଜିନିୟର, ୭ ଜଣ ପିଏଚଡ଼ି, ୩ ଜଣ ଏମବିଏ ଓ ୭ ଜଣ ପୂର୍ବ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି । ମନ୍ତ୍ରୀ ପରିଷଦରେ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ନୂଆ ମନ୍ତ୍ରୀ ସାମିଲ ଅଛନ୍ତି । ୟୁପିରୁ ସର୍ବାଧିକ ୮ ଜଣ ସାମିଲ ହୋଇଥିବା ବେଳେ ଗୁଜରାଟରୁ ୬ ଜଣ, ମହାରାଷ୍ଟ୍ର ଓ ପଶ୍ଚିମ ବଂଗରୁ ୪ ଜଣ ଲେଖାଏଁ, ବିହାର ଓ କର୍ଣ୍ଣାଟକରୁ ୩ ଜଣ ଲେଖାଏଁ ଏବଂ ମଧ୍ୟ ପ୍ରଦେଶ ଓ ଓଡ଼ିଶାରୁ ୨ ଜଣ ଲେଖାଏଁ ସାମିଲ ଅଛନ୍ତି । ଆସାମ, ହୀମାଂଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ଝାଡଖଣ୍ଡ, ତେଲେଂଗାନା, ତ୍ରିପୁରା, ଅରୁଣାଂଚଳ ପ୍ରଦେଶ ଓ ମଣିପୁରରୁ ଜଣେ ଲେଖାଏଁ ସ୍ଥାନ ପାଇଛନ୍ତି । ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନୂଆ କ୍ୟାବିନେଟରେ ସ୍ଥାନିତ ହୋଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS