ୟୁପି, ରାଜସ୍ଥାନରେ ବଜ୍ରପାତରେ ୬୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ
ଜୁଲାଇ ୧୨
ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ରବିବାର ଦିନ ପ୍ରବଳ ବର୍ଷା ଓ ବଜ୍ରପାତରେ ୬୦ ଜଣଙ୍କ ମୃତ୍ୟୁ ଘଟିିଛି । ମୃତକଙ୍କ ମଧ୍ୟରୁ ୧୨ ଜଣ ରାଜସ୍ଥାନ ଜୟପୁରର ପୂରାତନ ‘ଆମେରି ଫୋର୍ଟ’ ଉପରେ ଚଢି ସେଲ୍ଫି ନେଉ ଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇ ଥିବା ଜଣାପଡିିିଛି । ୟୁପିରେ ବଜ୍ରପାତରେ ୪୧ଟି ମୃତ୍ୟୁ ଘଟି ଥିବା ସମୟରେ ସେଥିରୁ ୧୪ ଜଣ ପ୍ରୟାଗରାଜରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟର ଗ୍ରାମାଂଚଳରେ ଅଧିକାଂଶ ମୃତ୍ୟୁ ଘଟିଛି । ଅଧିକ ସଂଖ୍ୟାରେ ମହିଳା ଓ ଶିଶୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୟୁପିର ୧୬ଟି ଜିଲ୍ଲାରେ ବଜ୍ରପାତ ଘଟି ୪୧ଟି ମୃତ୍ୟୁ ଘଟିବା ସହ ଅନ୍ୟୁନ ୩୦ ଜଣ ଆହତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୨୫୦ ଗୋରୁଗାଈଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତାହତ ପରିବାରଙ୍କ ପ୍ରତି ଗଭୀର ଶୋକ ଜଣାଇବା ସହ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ପିଏମ୍ ରିଲିଫ ପାଂଠିରୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶ ଓ ରାଜସ୍ଥାନ ସରକାର ମଧ୍ୟ କ୍ଷତିଗ୍ରସ୍ତ କ୍ଷତିପୂରଣ ଘୋଷଣା କରିଛନ୍ତି । ୟୁପିରେ ବର୍ଷା ଓ ବଜ୍ରପାତରେ ମରିଥିବା ଲୋକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ କ୍ଷତିପୂଣ ଏବଂ ପ୍ରତ୍ୟେକ ଆହତଙ୍କୁ ଉଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏବଂ ବର୍ଷା ଓ ବଜ୍ରପାତରେ ଯେଉଁମାନେ ଗୋରୁଗାଈ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଘୋଷଣା କରିଛନ୍ତି ।
ରାଜସ୍ଥାନରୁ ମିଳିଥିବା ଖବର ଅନୁଯାୟୀ, ରବିବାର ଦିନ ଜୟପୁରର ସର୍ବପୂରାତନ ‘ଆମେର ଫୋର୍ଟ’ ବୁଲିବାକୁ ଯାଇଥିବା ଲୋକମାନେ ଦୁର୍ଗର କାନ୍ଥ ଉପରେ ଏବଂ ଦୁର୍ଗ ସମ୍ନାରେ ଥିବା ୱାଚ ଟାୱାର୍ ର ସର୍ବୋଚ୍ଚକୁ ଚଢି ସେଲ୍ଫି ନେଉଥିବା ବେଳେ ହଠାତ ବଜ୍ରପାତ ଘଟି ଥିଲା । ସେମାନେ ବଜ୍ରପାତକୁ କ୍ୟାମେରାରେ କଏଦ କରିବାକୁ ଉଦ୍ୟ ମ କଲା ବେଳେ ତାହାର ତୀବ୍ରତା ଏତେ ଅଧିକ ଥିଲା ଯେ ଡ଼ଜନରୁ ଅଧିକ ଲୋକ ୱାଚ ଟାୱାର ଉପରୁ ତଳକୁ ଡେଇଁ ପଡିଲେ । ଫଳରେ, ୧୧ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ବଜ୍ରପାତ ଘଟିବା ସମୟରେ ୱାଚ ଟାୱାର୍ ଓ ଦୁର୍ଗ କାନ୍ଥ ଉପରେ ୨୭ ଜଣ ଥିଲେ ବୋଲି ସରକାରୀ ଭାବେ କୁହାଯାଇଛି । ଏହି ଘଟଣା ବ୍ୟତୀତ ରାଜସ୍ଥାନର ବିଭିନ୍ନ ଅଂଚଳରେ ରବିବାର ବଜ୍ରପାତରେ ଆଉ ୭ ଜଣ ଶିଶୁଙ୍କ ସମେତ ମୋଟ ୯ଜଣଙ୍କ ମୃତ୍ୟୁ ଘଟି ଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS