ଅଶ୍ୱିନୀଙ୍କୁ ରବି ଶଙ୍କର ପ୍ରସାଦଙ୍କ ପ୍ରଶଂସା
ନୂଆଦିଲ୍ଲୀ
ଜୁଲାଇ ୧୨
ଦେଶର ସୂଚନା ଓ ପ୍ରଯୁକ୍ତ (ଆଇଟି) ବିଭାଗ ମନ୍ତ୍ରୀ ଭାବେ ନୂଆରେ ଦାୟିତ୍ୱ ନେଇ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବିଦାୟୀ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର ଦିନ ପ୍ରଶାଂସା କରିଛନ୍ତି । ଚଳିତ ବର୍ଷ ମେ’ ମାସରେ ଏହି ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ବିବାଦୀୟ ବାତାବରଣ ସୃଷ୍ଟି ହୋଇଥିଲା । ରବି ଶଙ୍କର ପ୍ରସାଦଙ୍କୁ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯିବା ପଛରେ ନୂଆ ଆଇଟି ଆଇନର ଏକ ଅଦୃଶ୍ୟ ପ୍ରଭାବ ରହି ଥିବା ଆଲୋଚନା ହେଉଥିଲା । ତେବେ, ଏହି ଆଇନ କଡାକଡି ଭାବେ କାର୍ଯ୍ୟକାରୀ ହେବ ଏବଂ ଭାରତରେ ଯେଉଁମାନେ ବ୍ୟବସାୟ କରିବେ ସେମାନେ ଭାରତୀୟ ଆଇନକୁ ମାନିବାକୁ ବାଧ୍ୟ ବୋଲି ବିଭାଗର ନୂତନ କ୍ୟାବନେଟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ନେଉ ନେଉ ସ୍ପଷ୍ଟ କରି ଥିବାରୁ ବିଦାୟୀ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ତାଙ୍କ କାର୍ଯ୍ୟକାଳରେ ପ୍ରବତ୍ତିତ ହୋଇଥିବା ଏହି ନୂଆ ଆଇଟି ଆଇନ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସ୍ୱାଧୀନ ମତ ରଖିବାର ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସମାଲୋଚକମାନେ କହୁଥିବା ବେଳେ ଏହି ଆଇନ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଅଧିକ ସୁରକ୍ଷା ଯୋଗାଇବ ଏବଂ ନିରାପତ୍ତାକୁ ଅଧିକ ସୁଦୃଢ କରିବ । ବିଦାୟୀ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ‘ଟ୍ୱିଟର୍’ ଓ ସରକାରଙ୍କ ମଧ୍ୟରେ ଆଇନଗତ ବିବାଦର ମୁଖ୍ୟ ସୂତ୍ରଧର ହୋଇଥିବା ବେଳେ ଏବେ ‘ଟ୍ୱିଟର୍’କୁ କିଛିଟା ପ୍ରଶଂସା କରିଛନ୍ତି । ଏହି ଆମେରିକୀୟ ସାମାଜିକ ଗଣମାଧ୍ୟମ ନୂଆ ଆଇଟି ଆଇନ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ନେଇ ପ୍ରଶ୍ନ ଉଠାଇ ଆଇନକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ଅମଂଗ ହେଉଥିଲା । ଫଳରେ, ସରକାରଙ୍କ ସହ ସଂସ୍ଥାର ସଂପର୍କ ତୀକ୍ତ ରହି ଆସିଛି । ବର୍ତ୍ତମାନ ଅନ୍ତତଃ ସଂସ୍ଥା ନୂଆ ଆଇଟି ଆଇନ କାର୍ଯ୍ୟକାରୀ କରିବା ଦିଗରେ ପାଦେ ଆଗେଇ ଥିବାରୁ ରବି ଶଙ୍କର ପ୍ରସାଦ ସନ୍ତୋଷ ପ୍ରକାଶ କରିଛନ୍ତି । ନୂଆ ଆଇଟି ଆଇନ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ସୁରକ୍ଷିତ ରଖିବ ବୋଲି ନୂଆ ମନ୍ତ୍ରୀ ବୈଷ୍ଣବ ମଧ୍ୟ ପୁନଃରବୃତ୍ତି କରିଛନ୍ତି ଏବଂ ଆଇନକୁ ଦୃଢ ଭାବେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି , ଯାହାକି ସନ୍ତୋଷର ବିଷୟ ବୋଲି ସେ ମତବ୍ୟକ୍ତ କରିବା ସହ ବୈଷ୍ଣବଙ୍କୁ ବିଭାଗୀୟ ମନ୍ତ୍ରୀ ହୋଇ ଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS