ପେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସର ମୂଲ୍ୟ ପ୍ରତିବାଦରେ ‘ଓଡ଼ିଶା ବନ୍ଦ’
ଭୁବନେଶ୍ୱର
ଜୁଲାଇ ୧୫
ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଏବଂ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ୬ ଘଂଟିଆ ‘ଓଡ଼ିଶା ବନ୍ଦ’ ପାଳିତ ହୋଇ ଯାଇଛି । ‘ବନ୍ଦ’କୁ ସାଧାରଣରେ ବେଶ୍ ସମର୍ଥନ ମିଳିଛି । କଂଗ୍ରେସ ପକ୍ଷରୁ ବିଭିନ୍ନ ପେଟ୍ରୋଲ ଟାଂକି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବା ବେଳେ ବାମପନ୍ଥୀମାନେ ସଂଗଠନ ମିଳିତ ଭାବେ ରାଜରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୋଟିଏ ପଟେ ପେଟ୍ରୋଲ, ଡ଼ିଜେଲ, ରୋଷେଇ ଗ୍ୟାସ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ କଂଗ୍ରେସ ଓ ବାମପନ୍ଥୀମାନେ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଜୁଳି ତାରିଫ୍ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ ଜାରି ରହିଛି । ସମଦୂରତା ରକ୍ଷା କଥା କହୁଥିବା ରାଜ୍ୟ ବିଜେଡ଼ି ସରକାର ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ କଂଗ୍ରେସ ଓ ବାମପନ୍ଥୀଙ୍କ ବନ୍ଦ ପାଳନ ବେଳେ ସମଦୂରତା ନୀତି ଜାରି ରଖି ନିଜର ସୁରକ୍ଷିତ ଦୂରତା ବଜାୟ ରଖି ଥିବା ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖନୀୟ ଯେ, ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଦର ବୃଦ୍ଧି ଫଳରେ କେନ୍ଦ୍ର ସରକାର ଉତ୍ପାଦକ ଶୁଳ୍କ ବାବଦରେ ଆଖିଦୃଶିଆ ରାଜସ୍ୱ ଆଦାୟ କରୁଥିବା ବେଳେ ରାଜ୍ୟ ସରକାରମାନେ ‘ଭାଟ୍’ ବୃଦ୍ଧି କରି ନିଜର ରାଜସ୍ୱ ବଢାଇ ଚାଲିଛନ୍ତି । ସାଧାରଣ ଉପଭୋକ୍ତା ଅନନ୍ୟୋପାୟ ହୋଇ ପେଟ୍ରୋଲ ଓ ଡ଼ିଜେଲ ଲିଟର ପିଛା ଶହେ ଟଙ୍କା ମୂଲ୍ୟରେ କିଣିବାକୁ ବାଧ୍ୟ ହେଉଛି । ତୈଳଜାତ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରୁଥିଲେ ମଧ୍ୟ କେହି ଟିକସ ଭାଗ କମାଇବାକୁ ପ୍ରସ୍ତୁତ ନଥିବାରୁ କରୋନା ମହାମାରୀ ସମୟରେ ସାଧାରଣ ଉପଭୋକ୍ତା ବର୍ଦ୍ଧିତ ମୂଲ୍ୟ ଦେଇ ଏହି ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବାକୁ ବାଧ୍ୟ ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS