‘ଦେଶଦ୍ରୋହ’ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ, ପୁଲିସ ତାହାର ଅପବ୍ୟବହାର କରୁଛି- ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ
ଜୁଲାଇ ୧୫
ଆଇପିସିର ୧୨୪ ଏ ଧାରା ବା ଦେଶଦ୍ରୋହ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ । ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଦମନ କରିବା ସକାଶେ ପୁଲିସ ଏହି ଆଇନର ଅପବ୍ୟବହାର କରୁଛି ବୋଲି ସୁପ୍ରିମ କୋର୍ଟ ଆଜି ମନ୍ତବ୍ୟ ଦେଇଛନ୍ତି । ଅବସରପ୍ରାପ୍ତ ମେଜର ଜେନେରାଲ ଏସ.ଜି.ଭୋମ୍ବାଟକେରେ ଆଇପିସିର ୧୨୪ ‘ଏ’ ଧାରାର ବୈଧତାକୁ ଚ୍ୟାଲେଂଜ କରି କୋର୍ଟରେ ଦାଏର କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ସୁପ୍ରିମ କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ବ୍ରିଟିଶ ଶାସନରେ ସେହି ସମୟର ସରକାର ସରକାର ବିରୋଧୀଙ୍କୁ ଦବାଇବା ପାଇଁ ଏହି ଆଇନର ପ୍ରୟୋଗ କରୁଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ ଓ ବାଳ ଗଂଗାଧର ତିଳକଙ୍କ ବିରୋଧରେ ମଧ୍ୟ ବ୍ରିଟିଶ ସରକାର ଏହି ଆଇନର ବ୍ୟବହାର କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ କଣ ସରକାର ଏହି ଆଇନକୁ କାଏମ ରଖିବାକୁ ଚାହୁଁଛନ୍ତି (?) ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଆଇପିସିର ଏହି ଧାରା (ଦେଶଦ୍ରୋହ ଆଇନ) ସରକାରଙ୍କ ସମାଲୋଚନାଙ୍କୁ ଭୟଭୀତ କରୁଛି ଏବଂ ସ୍ୱାଧୀନ ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାରର କ୍ଷୁର୍ଣ୍ଣ କରୁଛି ବୋଲି ଅବସରପ୍ରାପ୍ତ ମେଜର ଜେନେରାଲ ଭୋମ୍ବାଟକେରେ ତାଙ୍କ ଜନସ୍ୱାର୍ଥ ମାମଲାରେ ଦର୍ଶାଇଛନ୍ତି । ଦେଶଦ୍ରୋହ ଆଇନକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବାକୁ ସେ ନିବେଦନ କରିଛନ୍ତି । ମେଜର ଜେନେରାଲ (ଅବସରପ୍ରାପ୍ତ) ଭୋମ୍ବାଟକେରେ ଜଣେ ଦାୟିତ୍ୱବାନ ସାମରିକ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦେଶ ପାଇଁ କାମ କରିଛନ୍ତି । ସେ କରିଥିବା ଜନସ୍ୱାର୍ଥ ମାମଲାକୁ ଗୁରୁତ୍ୱହୀନ କହି ଏଡାଇ ହେବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ଆଇଟି ଆଇନର ୬୬ଏ ଧାରା ଉଚ୍ଛେଦ ପୂର୍ବରୁ ତାହାର ଯେଭଳି ବ୍ୟାପକ ଅପବ୍ୟବହାର ହେଉଥିଲା ବର୍ତ୍ତମାନ ଆଇପିସିର ୧୨୪ ‘ଏ’ ଧାରାର ମଧ୍ୟ ସେହିଭଳି ଅପବ୍ୟବହାର ହେଉଛି । ସରକାର ବିରୋଧୀ ମତକୁ ଚପାଇବା ପାଇଁ ପୁଲିସ ବହୁଳ ଭାବରେ ଏହି ଆଇନର ଦୁରୁପଯୋଗ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି । ସରକାରଙ୍କୁ ସୁହାଉ ନଥିବା ଭଳି ମତ ବା ମନ୍ତବ୍ୟ ରଖୁ ଥିବା ବ୍ୟକ୍ତିବିଶେଷ ବା ଗୋଷ୍ଠୀଙ୍କୁ ଦବାଇବା ପାଇଁ ଦେଶଦ୍ରୋହ ଆଇନର ଅପବ୍ୟବହାର ହେଉଥିବା ଉଦ୍ବେଗର ବିଷୟ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା କହିଛନ୍ତି । ଆଇପିସିର ୧୨୪ ‘ଏ’ ଦଫାକୁ ଚ୍ୟାଲେଂଜ କରି ଯେତେସବୁ ମାମଲା ରହିଛି ତାହାକୁ ଏକାଠି କରି ଅଦାଲତ ସାମନାରେ ଉପସ୍ଥାପନ କରିବାକୁ ସିଜେଆଇ ରମଣା ନିର୍ଦେଶ ଦେବା ସହ ଏଂପର୍କରେ ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS