‘ଦି ୱାୟାର’ରେ ପ୍ରକାଶିତ ‘ପେଗାସସ୍’ ରିପୋର୍ଟ’ ଉଦ୍ଦେଶ୍ୟମୂଳକ : ଆଇଟି ମନ୍ତ୍ରୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୯
ଇସ୍ରାଏଲର କୌଣସି ଏକ ସଂସ୍ଥା ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ୍ କରିଛି ଏବଂ ହ୍ୟାକ୍ ହୋଇଥିବା ନମ୍ବର ମଧ୍ୟରେ କେନ୍ଦ୍ର ସରକାରଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ସମେତ ସୁପ୍ରିମ କୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ତିନି ଜଣ ନେତା ଏବଂ କିଛି ସାମ୍ବାଦିକଙ୍କ ନମ୍ବର ରହିଛି ବୋଲି ‘ଦି ୱାୟାର’ରେ ପ୍ରକାଶିତ ରିପୋର୍ଟ ଉଦ୍ଦେଶ୍ୟମୂଳକ ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସଂସଦରେ ସ୍ପଷ୍ଟ କରିଛନ୍ତି । ସଂପୃକ୍ତ ୱେବ୍ ପୋର୍ଟାଲ ରିପୋର୍ଟକୁ ଆଧାର କରି ଦେଶର ବିଭିନ୍ନ ଜାତୀୟ ଓ ଆଂଚଳିକ ସମ୍ବାଦପତ୍ର ଏହି ଖବର ପ୍ରସାରିତ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ସଂସଦର ଉଭୟ ଗୃହରେ ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବ ଦିନ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯିବା ‘ଏକ ସଂଯୋଗ’ କୁହାଯାଇ ନ ପାରେ, ତାହା ପଛରେ ମନ୍ଦ ଉଦେ୍ଦଶ୍ୟ ରହି ଥିବା ଅନୁମାନ କରାଯାଉଛି । ସାମାଜିକ ଗଣମାଧ୍ୟମ ‘ହ୍ୱାଟସ୍ ଆପ୍’ରେ ‘ପେଗାସସ୍’ର ବ୍ୟବହାରକୁ ନେଇ ଅତୀତରେ ମଧ୍ୟ ଏଭଳି ଅଭିଯୋଗ ହୋଇଥିଲା । ତେବେ, ସେସବୁ ରିପୋର୍ଟର ତଥ୍ୟଗତ ଭିତ୍ତି ନଥିଲା ଏବଂ ସବୁ ରାଜନୈତିକ ଦଳ ତାହାକୁ ଅଗ୍ରାହ୍ୟ କରିଥିଲେ । ଜୁଲାଇ ୧୮ରେ ପ୍ରକାଶିତ ରିପୋର୍ଟ ମଧ୍ୟ ସେହିଭଳି ଗୋଟାଏ ବିଭ୍ରାନ୍ତି । ଭାରତୀୟ ଗଣତନ୍ତ୍ର ଏବଂ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନକୁ ନିନ୍ଦିତ କରିବାର ଏକ ସୁଚିନ୍ତିତ ଉଦ୍ୟମ ଭଳି ମନେ ହେଉଛି । ଅନଧିକୃତ ଗୁଇନ୍ଦାଗିରିକୁ (ସର୍ଭେଲାନ୍ସ)କୁ ରୋକିବା ସକାଶେ ଦେଶରେ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ରହିଛି ବୋଲି ସେ ଗୃହକୁ ପ୍ରତିଶ୍ରୁତି ଦେଇଛନ୍ତି । ‘ଦି ୱାୟାର’ରେ ପ୍ରକାଶିତ ରିପୋର୍ଟରେ କୌଣସି ଏକ ଇସ୍ରାଏଲୀ ସଂସ୍ଥା ‘ସ୍ପାଏୱେର୍ ପେଗାସସ୍’ ମାଧ୍ୟମରେ ଏଭଳି ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିବା ବେଳେ ଭାରତର କେଉଁ ଏଜେନ୍ସ ପାଇଁ ଇସ୍ରାଏଲୀ ସଂସ୍ଥା ଏଭଳି ହ୍ୟାକିଂ କରିଛି ଜଣାପଡିନାହିଁ ବୋଲି ଦର୍ଶାଯାଇଛି । କେନ୍ଦ୍ରରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ କିଛି ଦିନ ତଳେ ଦାୟିତ୍ୱ ନେଇ ଥିବା ବୈଷ୍ଣବ ସଂସଦରେ ଉତ୍ତର ରଖିବା ଏହା ପ୍ରଥମ । ଅପରପକ୍ଷରେ, ଏହି ଗୁଇନ୍ଦାଗିରିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କେବଳ କେନ୍ଦ୍ର ସରକାରଙ୍କ ନିକଟରେ ଥିବା ଡାଟାବେସକୁ ଇସ୍ରଏଲୀ ସ୍ପାଏୱେର୍ ‘ପୋଗାସସ୍’ ଟାର୍ଗେଟ୍ କରି ଏହି ହ୍ୟାକିଂ କରିଥିବା ସଂପୃକ୍ତ ଫୋନ୍ ନମ୍ବରଗୁଡିକର ଫୋରନସିକ୍ ଟେଷ୍ଟ୍ ସ୍ପଷ୍ଟ ହେଉଛି । ଏହା ‘ଦି ୱାୟାର’ରେ ଦର୍ଶଯାଇଛି । ‘ଆପଣଙ୍କ ଫୋନରେ ଯାହା ସବୁ ତଥ୍ୟ ରହିଛି, ସେ ପଢୁଛି’ ବୋଲି ରାହୁଲ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS