ଭାରତୀୟ ମହିଳା ୱେଟଲିଫ୍ଟର ମୀରାବାଇ ଟୋକିଓ ଅଲଂପିକ୍ସରେ ପ୍ରଥମ ମେଡାଲ ବିଜୟିନୀ
ନୂଆଦିଲ୍ଲୀ
ଜୁଲାଇ ୨୪
ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଅଲଂପିକ୍ସରେ ଭାରତୀୟ ମହିଳା ଭାରୋତ୍ତୋଳକ (ୱେଟଲିଫ୍ଟର) ମୀରାବାଇ ଚାନୁ ୪୯ କେଜି ଓଜନ ବର୍ଗରେ ଆଜି ମୋଟ ୨୦୨ କେଜି (୮୭କେଜି+୧୧୫ କେଜି) ଭାରୋତ୍ତୋଳନ କରି ଦେଶ ପାଇଁ ପ୍ରଥମ ସିଲଭର ମେଡ଼ାଲ ବିଜୟିନୀ ହୋଇଛନ୍ତି । ୨୧ ବର୍ଷ ତଳେ ୨୦୦୦ ମସିହା ସିଡ଼ନି ଅଲଂପିକ୍ସରେ ଭାରତୀୟ ମହିଳା ଭାରୋତ୍ତୋଳକ କର୍ଣ୍ଣମ ମାଲ୍ଲେଶ୍ୱରୀ ବ୍ରୋଂଜ୍ ମେଡ଼ାଲ ହାସଲ କରି ଦେଶକୁ ଗୌରବାନ୍ୱିତ କରିଥିଲେ । ଆଜି ୨୬ ବର୍ଷ ବୟସ୍କା ମଣିପୁରୀ ଝିଅ ମୀରାବାଇ ଚାନୁ ସେହି ଚମକ୍ରାର ଦୋହରାଇଛନ୍ତି । ମୀରାବାଇ ଚାନୁ ୪୯ କେଜି ଓଜନ ବର୍ଗ ଭାରୋତ୍ତୋଳନ ପ୍ରତିଯୋଗୀତାରେ ସିଲଭର୍ ମେଡ଼ାଲ ପାଇଥିବା ବେଳେ ଚୀନର ହାଉ ଝିଉଇ ମୋଟ ୨୧୦ କେଜି (୯୪ କେଜି+୧୧୬ କେଜି) ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଓ ଇଣ୍ଡୋନେସିଆ ଝିଅ ଆଇସା ୱିଣ୍ଡି କାଂଟିକା ମୋଟ ୧୯୪ କେଜି (୮୪କେଜି+୧୧୦କେଜି) ଭାରୋତ୍ତୋଳନ କରି ବ୍ରୋଂଜ୍ ପଦକ ବିଜୟିନୀ ହୋଇଛନ୍ତି । ଚାନୁଙ୍କ ପ୍ରଥମ ଅଲଂପିକ୍ସ ପଦକ ଦେଶବାସୀଙ୍କୁ ପୁଲକିତ କରିଛି । ଟୋକିଓ ଅଲଂପିକ୍ସରୁ ଦେଶ ଆଜି ପ୍ରଥମ ମେଡ଼ାଲ ହାସଲ କରିବାରେ ସଫଳ ହୋଇଥିବାରୁ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ତାଙ୍କୁ ଟ୍ୱିଟ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS