ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମିଜେରାମ ପୁଲିସର ଆପରାଧିକ ମାମଲା


ନୂଆଦିଲ୍ଲୀ
ଅଗଷ୍ଟ ୦୧
ଆସାମ-ମିଜୋରାମ ସୀମା ବିବାଦ ଗମ୍ଭୀର ମୋଡରେ ରହିଛି । ଦୁଇ ରାଜ୍ୟ ମଧ୍ୟରେ ସୀମାକୁ ନେଇ ଜୁଲାଇ ୨୬ ତାରିଖରେ ହୋଇଥିବା ସଂଘର୍ଷ ଓ ଗୁଳି ବିନିମୟରେ ଘଟଣା ସ୍ଥଳରେ ଆସାମ ପୁଲିସର ୫ କର୍ମଚାରୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ଥିବା ବେଳେ ପରେ ଆଉ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ସଂଘର୍ଷରେ ଅନ୍ୟୁନ ୫୦ ଜଣ ଆହତ ହୋଇଥିବା କୁହାଯାଉଛି । ଦୁଇ ରାଜ୍ୟ ପୁଲିସ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ବେଳେ ମିଜେରାମ ପୁଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ଆସାମ ପୁଲିସର ୪ ଜଣ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଦୁଇ ଅଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଥିବା ଶୁକ୍ରବାର କହିଛନ୍ତି । ତେବେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଜୟ ମିଶ୍ରା ତେନି ଶନିବାର କହିଛନ୍ତି, ଆସାମ-ମିଜୋରାମ ସୀମା ବିବାଦ ‘ଅତି ପୁରୁଣା’ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମିଜୋରାମ ପୁଲିସ ଆପରାଧିକ ମାମଲା ରୁଜୁ କରିବା ମଧ୍ୟ ଏକ ସ୍ୱାଭାବିକ ଘଟଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଖୁବଶୀଘ୍ର ବିବାଦର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ତେବେ, ଦୁଇ ରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଗମ୍ଭୀର ସ୍ଥିତିରେ ଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଘର୍ଷ ଓ ଗୁଳି ବିନିମୟ ହୋଇଥିବ ସ୍ଥଳରେ ଛଅ କଂପାନୀ ସିଆରପିଏଫ ବଳଙ୍କୁ ମୁତୟନ ରଖା ଯାଇଛି । ମିଜେରାମ ପୁଲିସ ପକ୍ଷରୁ ତାଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲା ସଂପର୍କରେ ପ୍ରତିକ୍ରିୟା ରଖି ଅସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟର ଆଇନ ସମ୍ମତ ସୀମା ଭିତରେ ଏହି ସଂଘର୍ଷ ଘଟି ଥିବାରୁ ତାଙ୍କ ସମେତ ପୁଲିସ ଅଧିକାରୀ ଓ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲାର ତଦନ୍ତ କୌଣସି ଏକ ନିରପେକ୍ଷ ଏଜେନ୍ସୀକୁ ହସ୍ତାନ୍ତର କରାଯିବା ଆବଶ୍ୟକ । ମିଜୋରାମ ପୁଲିସ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବା ଦ୍ୱାରା ଯଦି ସୀମା ବିବାଦର ସମାଧାନ ହୋଇଯିବ ସ୍ୱାଗତଯୋଗ୍ୟ । ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ ମିଳିଲେ ପଦଯାତ୍ରାରେ ଯାଇ ତଦନ୍ତରେ ସହଯୋଗ କରିବେ । ତାଙ୍କ ସରକାର ସମସ୍ତ କାଗଜପତ୍ର ପ୍ରସ୍ତୁତ କରୁଛନ୍ତି । ୧୦ରୁ ୧୫ ଦିନ ମଧ୍ୟରେ ସରକାର ସୁପ୍ରିମ କୋର୍ଟକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି । ସେ ପୁଲିସ ପକ୍ଷରୁ ହୋଇଥିବା ଏତଲା ସଂପର୍କରେ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାଥଙ୍ଗଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି । ଆସାମ ଓ ମିଜେରାମ ଦେଶର ଦୁଇଟି ସୀମାନ୍ତ ରାଜ୍ୟ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଫାଇଦା ଉଠାଇବାକୁ ଉଦ୍ୟମ କରିପାରନ୍ତି । ତାହା ହେବାକୁ ଦିଆଯିବ ନାହିଁ । କମିସନ୍ ଗଠନ ମାଧ୍ୟମରେ ସୀମା ବିବାଦର ସମାଧାନ ହେବା ଉପରେ ବିଜେପିର ଜଣେ ବରିଷ୍ଠ ନେତା ଗୁରୁତ୍ୱ ଦେଇଛନ୍ତି । ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୨୮ ତାରିଖ ଦିନ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କ ସହ ସୀମା ବିବାଦକୁ ନେଇ ଲାଗି ରହିଥିବା ପରିସ୍ଥିତି ଉପରେ ଆଲୋଚନା କରାଯାଇଛି । ଉତ୍ତେଜନା ହ୍ରାସ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଆଜି ଦୁଇ ରାଜ୍ୟର ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ମିଜେରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗଙ୍କ ସହ ଟେଲିଫୋନରେ ଆଲୋଚନା କରିଥିବା ଜଣାପଡିଛି । ଆସାମର ବିଜେପି ସାଂସଦମାନେ ‘ରୁଲସ୍ ଅଫ୍ ପ୍ରୋସିଡିଅର ଏଣ୍ଡ୍ କଣ୍ଡକ୍ଟ ଅଫ୍ ବିଜିନେସ୍’ର ୩୭୭ ଧାରାରେ ସୋମବାର ଦିନ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ପାରନ୍ତି ବୋଲି ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS