‘ଆଲିଗଡ଼’ର ନାମ ହେବ ‘ହରିଗଡ଼’ !
ଅଗଷ୍ଟ ୧୭
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟର ବିଭିନ୍ନ ପ୍ରମୁଖ ସହରର ନାମ ପରିବର୍ତ୍ତନ କରିବାରେ ରେକର୍ଡ କଲେଣି । ୨୦୧୯ ଜାନୁୟାରୀରେ ଆଲାହାବାଦରେ କୁମ୍ଭ ମେଳା ଆରମ୍ଭ ହେବାର କିଛି ମାସ ପୂର୍ବରୁ ଆଲାହାବାଦର ନାମକରଣ କରିଥିଲେ ‘ପ୍ରୟାଗରାଜ’ । ଏବେ, ‘ଆଲିଗଡ଼’ର ନାମ ପରିବର୍ତ୍ତନ କରି ସହରର ନାମ ‘ହରିଗଡ଼’ ରଖିବାକୁ କାର୍ଯ୍ୟ ଆରମ୍ଭ କଲେଣି । ସୋମବାର ଦିନ ଜିଲ୍ଲା ପଂଚାୟତ ବୋର୍ଡ ବୈଠକରେ ଏସଂପର୍କରେ ଏକ ପ୍ରସ୍ତାବ ଗୃହୀତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠା ଯାଇଥିବା ଆଲିଗଡ଼ ଜିଲ୍ଲା ପଂଚାୟତ ମୁଖିଆ ବିଜୟ ସିଂହ କହିଛନ୍ତି । ଆଲିଗଡ଼ର ନାମ ହରିଗଡ଼ କରିବାକୁ ଜିଲ୍ଲା ପଂଚାୟତ ବୋର୍ଡ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ ହୋଇଥିବା ସେ କହିଛନ୍ତି । ବ୍ଲକ ପଂଚାୟତ ସଭ୍ୟ କୋହରି ସିଂହ ଓ ଉମେଶ ଯାଦବ ଏହି ନାମ ପରିବର୍ତ୍ତନ ପ୍ରସ୍ତାବ ଆଣି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଜିଲ୍ଲା ପ୍ରଂଚାୟତ ବୋର୍ଡର ପ୍ରସ୍ତାବକୁ ଗ୍ରହଣ କରି ନେଲେ ଆଲିଗଡ଼ର ନାମ ହରିଗଡ଼ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୯ ନଭେମ୍ବରରେ କହିଥିଲେ, ରାଜ୍ୟ ସରକାର ବିଭିନ୍ନ ସହରର ନାମ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ନାମ ପରିବର୍ତ୍ତନ କ୍ରମରେ ମୁଗଲ ସରାଇର ନାମ ହେଲା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗର । ଆଲହାବାଦର ନାମକରଣ ହେଲା ପ୍ରୟାଗରାଜ । ଫୈଜାବାଦର ନାମକରଣ ହେଲା ଅଯୋଧ୍ୟା । ଏବେ, ଆଲିଗଡ଼ ହେବାକୁ ଯାଉଛି ହରିଗଡ଼ । ‘ଆମକୁ ଯାହା ଭଲ ଲଗିଲା ଆମେ କରିବୁ’ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହି ଥିବାରୁ ଉତ୍ସାହିତ ଆଲିଗଡ଼ ଜିଲ୍ଲା ପଂଚାୟତ ବୋର୍ଡ ସଦସ୍ୟମାନେ ସୋମବାରର ବୋର୍ଡ ବୈଠକରେ ପୂରାତନ ‘ଆଲିଗଡ଼’ ସହରର ନାମ ‘ହରିଗଡ଼’ କରିବାକୁ ସର୍ବସମ୍ମତ ଭାବେ ପ୍ରସ୍ତାବ ଗୃହୀତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏଭଳି ଅନେକ ଚମକପ୍ରଦ ଖବର ଆଗକୁ ଆସିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS