ମୁଲ୍ଲା ବରାଦର ହେବେ ଆଫଗାନ୍ ରାଷ୍ଟ୍ରପତି !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୮
ରବିବାର ଦିନ ତାଲିବାନୀ ଚରମପନ୍ଥୀ ଗୋଷ୍ଠୀ ଆଫଗାନିସ୍ଥାନର ରାଜଧାନୀ କାବୁଲକୁ ଦଖଲ କରି ନେବା ପରେ ଦେଶରେ ନୂଆ ତାଲିବାନୀ ସରକାର ପ୍ରତିଷ୍ଠା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି । ତାଲିବାନଙ୍କ ସରକାର ଗଠନ ଉଦ୍ୟମକୁ ପାକିସ୍ତାନ, ଚୀନ ଓ ରଷିଆର ସମର୍ଥନ ମିଳି ସାରିଛି । ତାଲିବାନ ସରକାରଙ୍କ ସମର୍ଥନ ଦେବା ନେଇ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଙ୍କ ଯାହା ନିଷ୍ପତ୍ତି ଭାରତ ତାହାର ଅନୁସରଣ କରିବ ବୋଲି ସ୍ପଷ୍ଟ କରିଛି । ଏଭଳି ସ୍ଥିତିରେ, ଆଫଗାନିସ୍ଥାନରେ ସରକାର ଗଠନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା ପାଇଁ ତାଲିବାନୀ ନେତାମାନେ ଦେଶର ଅନ୍ୟ ସମଭାବାପନ୍ନ ନେତାମାନଙ୍କ ସହ ବିଚାର ବିମର୍ଷ ଚଳାଇଥିବା ଜଣାପଡିଛି । ତାଲିବାନୀ ନେତା ତଥା ଚରମପନ୍ଥୀ ହକାନୀ ନେଟୱାର୍କର ବରିଷ୍ଠ ନେତା ଆନାସ ହକାନୀ ଆଜି ସରକାର ଗଠନର ଅଂଶ ସ୍ୱରୂପ ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି । ଆଲୋଚନା ସମୟରେ କାରଜାଇଙ୍କ ସହ ପୁରୁଣା ସରକାରଙ୍କ ମୁଖ୍ୟ ଶାନ୍ତିଦୂତ ଅବଦୁଲ୍ଲା ଅବଦୁଲ୍ଲା ଥିଲେ ବୋଲି କୁହାଯାଉଛି । ହକାନୀ ନେଟୱାର୍କ ହେଉଛି ଚରମପନ୍ଥୀ ତାଲିବାନୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ପାକିସ୍ତାନୀ ସୀମାନ୍ତରେ ଏହି ନେଟୱାର୍କ କାମ କରୁଛି ଏବଂ ନିକଟରେ ଆଫଗାନିସ୍ଥାନରେ ହୋଇଥିବା ବହୁ ଆତଙ୍କବାଦୀ ଆକ୍ରମଣକୁ ଏହି ନେଟୱାର୍କ କାର୍ଯ୍ୟକାରୀ କରିଥିବା କୁହାଯାଉଛି । ତାଲିବାନୀ ସଂଗଠନର ସହ ପ୍ରତିଷ୍ଠାତା ତଥା ଉପ ନେତା ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ଥାନର ପରବର୍ତ୍ତୀ ରାଷ୍ଟ୍ରପତି ହେବା ସୂଚନା ମିଳୁଛି । ୨୦୧୦ରେ ପାକିସ୍ତାନ ମୁଲ୍ଲା ବରାଦରଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗିରଫ କରିଥିଲା । ତେବେ, ଆଫଗାନିସ୍ଥାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପାଇଁ କ୍ୱାତାର ଆଲୋଚନାରେ ମୁଲ୍ଲା ବରାଦର ଜଣେ ଉପଯୁକ୍ତ ମଧ୍ୟସ୍ଥି ଭାବେ କାର୍ଯ୍ୟ କରି ପାରିବେ ବୋଲି ଆମେରିକାର ନେଗୋସିଏଟର୍ ବା ମଧ୍ୟସ୍ଥି ଜଲମେ ଖଲିଲଜାଦ ଅନୁଭବ କରିବା ପରେ ଟ୍ରଂପ୍ ପ୍ରଶାସନର ଅନୁରୋଧକ୍ରମେ ପାକିସ୍ତାନ ୨୦୧୮ରେ ମୁଲ୍ଲାଙ୍କୁ ଖଲାସ କରିଥିଲା । ମୁଲ୍ଲା ବରାଦର ତାଙ୍କ ଚରମପନ୍ଥୀ କାର୍ଯ୍ୟକଳାପ ବ୍ୟତୀତ ୨୦୦୪ ଓ ୨୦୦୯ରେ ହୋଇଥିବା ବିଭିନ୍ନ ଶାନ୍ତି ଆଲୋଚନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS