ଆଜିଠାରୁ ଖୋଲିଲା ସମସ୍ତ ମନ୍ଦିର ଓ ଧର୍ମପୀଠ


ଭୁବନେଶ୍ୱର
ଅଗଷ୍ଟ ୨୩
କୋଭିଡ଼ କଟକଣା ମଧ୍ୟରେ ଆଜିଠାରୁ ଖୋଲିଛି ସମସ୍ତ ମନ୍ଦିର ଓ ଧର୍ମପୀଠ ଖୋଲିଛି । ପୁରୀ ଶୀଜଗନ୍ନାଥ ମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଆଜିଠାରୁ ଖୋଲିଥିବା ବେଳେ ଭଦ୍ରକ ଜିଲ୍ଲାର ଆରଡ଼ି ପୀଠରେ ଥିବା ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ମଧ୍ୟ ଖୋଲିଛି । ଭକ୍ତମାନେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିରରେ ପ୍ରବେଶ କରି ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରି ପାରିବେ । କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନଠାରୁ ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହି ଥିଲା । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ମନ୍ଦିର ଓ ଧର୍ମପୀଠଗୁଡିକ ମଧ୍ୟ ଆଜିଠାରୁ ଖୋଲିଛି । କୋଭିଡ଼ ନିର୍ଦେଶାବଳୀକୁ ପାଳନ କରି ଧର୍ମପୀଠ ଖୋଲିବାକୁ ଓ ଭକ୍ତମାନଙ୍କ ମନ୍ଦିର ପ୍ରବେଶକୁ ଅନୁମତି ଦିଆଯାଇଛି । ଭକ୍ତ ମନ୍ଦରକୁ ଯାଇ ଠାକୁର ଦର୍ଶନ କରି ପାରିବେ । କିନ୍ତୁ, ଗର୍ଭଗୃହରେ ପ୍ରବେଶ ପାଇଁ ମନା । ମନ୍ଦିର ଭିତରେ ଭୋଗ ଲଗାଇବା ଓ ଦୀପ ଜାଳିବାକୁ ମଧ୍ୟ ଅନୁମତି ନାହିଁ । ଧର୍ମାନୁଷ୍ଠାନଗୁଡିକ ସାମାଜିକ ଦୂରତା ରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ଏବଂ ଭକ୍ତଙ୍କ ମଧ୍ୟରେ ଛଅ ଫୁଟ ଦୂରତ୍ୱ ଯେମିତି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯେକୌଣସି ସମୟରେ ମନ୍ଦିର ବା ଧର୍ମାନୁଷ୍ଠା ଭିତରେରେ ୨୫ରୁ ଅଧିକ ଲୋକ ଯେମିତି ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ସମସ୍ତ ଧର୍ମାନୁଷ୍ଠାନ (ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର) ସେମାନଙ୍କ ପୂଜକ ବା ସେବାୟତଙ୍କ ଆରଟି-ପିସିଆର ପରୀକ୍ଷା କରାଇବାକୁ ଏବଂ କେବଳ ନେଗେଟିଭ୍ ରିପୋର୍ଟ ଥିବା ବା ଦୁଇ ଡୋଜ୍ ଟିକା ନେଇଥିବା ପୂଜକଙ୍କୁ ନୀତିକାନ୍ତି ପାଇଁ ଅନୁମତି ଦେବାକୁ କୁହାଯାଇଛି । ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଆଜିଠାରୁ ଖୋଲି ଥିଲେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ଇସକନ୍ ଜଗନ୍ନାଥ ମନ୍ଦିର ସେପ୍ଟେମ୍ବର ୧ରୁ ଖୋଲିବାକୁ ବିଏମସି ଅନୁମତି ଦେଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS