ହରିୟାନାରେ ତାଲିବାନୀ ଶାସନ ?
ପ୍ରସାଦ ରାଓ
ଅଗଷ୍ଟ ୨୯
ହରିୟାନାର କର୍ଣ୍ଣଲଠାରେ ଗତାକାଲି ପ୍ରତିବାଦକାରୀ ଚାଷୀଙ୍କ ଉପରେ ପୁଲିସର ଲାଠିମାଡ଼ ଘଟଣାକୁ ତାଲିବାନୀ ଶାସନ ସହ ତୁଳନା କରିଛନ୍ତି କୃଷକ ନେତା ରାକେଶ ଟିକାୟତ । କର୍ଣ୍ଣଲରେ ବିଜେପିର ଏକ ସଭା ଚାଲି ଥିବା ବେଳେ ପ୍ରତିବାଦ ଉଦେ୍ଦଶ୍ୟରେ ଯାଉଥିବା ଚାଷୀଙ୍କ ଉପରେ ଏହି ଲାଠିମାଡ଼ ହୋଇଛି । ବିଜେପି ସଭାରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ରାଜ୍ୟ ବିଜେପି ମୁଖ୍ୟ ଓମ୍ ପ୍ରକାଶ ଧନକର ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିବାରୁ ଚାଷୀ ଶୋଭାଯାତ୍ରରେ ସଭା ସ୍ଥଳକୁ ଯାଉଥିଲେ । ରାସ୍ତା ଜାମ୍ ହେବାରୁ କର୍ଣ୍ଣଲ ଏସଡ଼ଏମ ଆୟୂଷ ସିହ୍ନାଙ୍କ ନିର୍ଦେଶକ୍ରମେ ପୁଲିସ ସେମାନଙ୍କ ଉପରେ ଲାଠିମାଡ଼ କରିଛନ୍ତି । ପୁଲିସର ଲାଠି ମାଡ଼ରେ ଅନ୍ୟୁନ ୧୦ ଜଣ ଚାଷୀ ଗୁରୁତର ଆହତ ହୋଇଥିବା ଓ କିଛି ଚାଷୀଙ୍କ ମୁଣ୍ଡ ଫାଟି ଥିବା ଜଣାପଡିଛି । ରକ୍ତରେ ଜୁଡୁବୁଡୁ ଚାଷୀଙ୍କ ଭିଡ଼ିଓ ଭାଇରାଲ୍ ହେବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସିହ୍ନା ହେଉଛନ୍ତି ୨୦୧୮ ବ୍ୟାଚର ଆଇଏଏସ୍ ଅଫିସର । ତାଙ୍କୁ ସରକାର ମାଓ ଉପଦୃତ ଅଂଚଳରେ ପୋଷ୍ଟିଂ କରିବା ଉଚିତ ଥିଲା ବୋଲି ଭାରତୀୟ କିଶାନ ୟୁନିୟନ ନେତା ଟିକାୟତ କଟାକ୍ଷ କରିଛନ୍ତି । ହରିୟାନାର ‘ନୁହ’ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ଟିକାୟତ କର୍ଣ୍ଣଲ ଘଟଣାକୁ ‘ସରକାରୀ ତାଲିବାନୀ’ ବୋଲି ଆକ୍ଷେପ କରିଛନ୍ତି । ଅପରପକ୍ଷରେ, ହରିୟାନା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଆଜି ବୟାନ ଦେଇ କରି ଥିବା ବେଳେ ସଂପୃକ୍ତ ଆଇଏଏସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS