ଇତିହାସ ରଚିଲା ସୁପ୍ରିମ କୋର୍ଟ: ଗୋଟିଏ ଦିନରେ ୯ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ
ପ୍ରସାଦ ରାଓ
ଅଗଷ୍ଟ ୩୧
ଆଜି ଇତିହାସ ରଚିଛି ସୁପ୍ରିମ କୋର୍ଟ । ଗୋଟିଏ ଦିନରେ ଏକା ସମୟରେ ନଅ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା । ନୂଆ ବିଚାରପତିଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ସାଧାରଣତଃ, ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହ ହୋଇଥାଏ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ରୁମରେ । କିନ୍ତୁ, ଆଜିର ଶପଥ ପାଠ ସମାରୋହ ଥିଲା ନିଆରା । ସୁପ୍ରିମ କୋର୍ଟ ପରିସରରେ ଥିବା ଅଡ଼ିଟୋରିଅମରେ ସଂପୂର୍ଣ୍ଣ ସାମାଜିକ ଦୂରତା ରକ୍ଷା ଓ କୋଭିଡ଼ ପୋ୍ରଟୋକଲ ପାଳନ କରାଯାଇ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ଆଜିର ସମାରୋହରେ ସୁପ୍ରିମ କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଥିବା ନଅ ଜଣ ହେଲେ – କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଭୟ ଓକା, ଗୁଜରାଟ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକିମ୍ ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜିତେନ୍ଦ୍ର କୁମାର ମାହେଶ୍ୱରୀ, ତେଲେଙ୍ଗାନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ହୀମା କୋହଲି, କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ବିଚାରପତି ବି.ଭି.ନାଗରତ୍ନା, କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସି.ଟି.ରବିକୁମାର, ମାଡ଼୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ଏମ.ସୁନ୍ଦରେଶ, ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବେଲା ଏମ. ତ୍ରବେଦୀ ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ୍ ଜଷ୍ଟିସ ପି.ଏସ.ନରସିଂହା । ଆଜି ସୁପ୍ରିମ କୋର୍ଟ ବିଚାରପତି ଭାବେ ଆଜି ଶପଥ ନେଇଥିବା କର୍ଣ୍ଣାଟକ ହାଇକୋର୍ଟ ପୂର୍ବତନ ବିଚାରପତି ବି.ଭି.ନାଗରତ୍ନା ହେଉଛନ୍ତି ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଇ.ଏସ.ଭେଂକଟରାମାୟାଙ୍କ କନ୍ୟା ଏବଂ ୨୦୨୭ରେ ସେ ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିବାକୁ ଯାଉଛନ୍ତି । ତେବେ, ତାଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ମାସରେ ସୀମିତ ବୋଲି ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS