ରବି ଶାସ୍ତ୍ରୀ, ଭରତ ଅରୁଣ ଓ ଆର.ଶ୍ରୀଧର କୋଭିଡ଼ ପଜେଟିଭ୍
ପ୍ରସାଦ ରାଓ
ସେପ୍ଟେମ୍ବର ୦୬
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର.ଶ୍ରୀଧର କୋଭିଡ଼ ପଜେଟିଭ ଥିବା ରବିବାର ଆରଟି-ପିସିଆର୍ ଟେଷ୍ଟରୁ ଜଣାପଡିବା ପରେ ସେମାନଙ୍କ ମାଂଚେଷ୍ଟର ଗସ୍ତ ଉପରେ ରୋକ୍ ଲାଗି ଯାଇଛି । ସେପ୍ଟେମ୍ବର ୧୦ ତାରିଖ ଦିନ ଭାରତୀୟ କ୍ରିକେଟ ଟିମ୍ ମାଂଚେଷ୍ଟରର ଓଲ୍ଡ୍ ଟ୍ରାଫୋର୍ଡରେ ଇଂଲଣ୍ଡ ସହ ପଂଚମ ତଥା ଫାଇନାଲ ଟେଷ୍ଟ ଖେଳିବ । ଭାରତୀୟ ଫିଜିଓଥେରାପିଷ୍ଟ ନୀତିନ ପଟେଲ ମଧ୍ୟ ଭରତ ଅରୁଣ ଓ ଆର.ଶ୍ରୀଧରଙ୍କ ଭଳି ଶନିବାର ଦିନ ରବି ଶାସ୍ତ୍ରୀଙ୍କ ସଂସ୍ପର୍ଶରେ ଆସି ଥିଲେ । ତେବେ, ତାଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ ରହିଛି । ବ୍ରିଟିଶ ସରକାରଙ୍କ ନିୟମ ଅନୁସାରେ ଆରଟି-ପିସିଆର ଟେଷ୍ଟରେ ପଜେଟିଭ ଆସିଥିବା ବ୍ୟକ୍ତି ୧୦ ଦିନ ପାଇଁ ଏବଂ ଦୁଇଟି ନେଗେଟିଭ ରିପୋର୍ଟ ଆସିବା ଯାଏଁ ସଂଗରୋଧରେ ରହିବେ । ତେଣୁ, ମାଂଚେଷ୍ଟରରେ ଟେଷ୍ଟ୍ କ୍ରିକେଟ ସରିବା ପରେ ମଧ୍ୟ ରବି ଶାସ୍ତ୍ରୀ, ଭରତ ଅରୁଣ ଓ ଆର.ଶ୍ରୀଧର ଲଣ୍ଡନରେ ରହିବାକୁ ବାଧ୍ୟ ହେବେ ବୋଲି ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS