ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ
ପ୍ରସାଦ ରାଓ
ସେପ୍ଟେମ୍ବର ୧୩
ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସିର ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ବିଶ୍ୱସ୍ତ ଭାବେ ପରିଚିତ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଆଜି ୮୦ ବର୍ଷରେ ଦେହାନ୍ତ ହୋଇଛି । ମସ୍ତିଷ୍କାଘାତର ଶିକାର ହୋଇ ସେ କର୍ଣ୍ଣାଟକର ମାଂଗାଲୁରୁରେ ଥିବା ୟେନେପୋୟା ହସ୍ପିଟାଲରେ ଜୁଲାଇ ମାସରୁ ଚିକିତ୍ସାଧୀନ ଥିଲେ । ଫର୍ଣ୍ଣାଣ୍ଡିଜ ଉତ୍ତର-ପୂର୍ବାଂଚଳ ବିଦ୍ରୋହୀଙ୍କ ମାମଲା ହେଉ ବା ଦଳୀୟ ମାମଲା, ସବୁଥିରେ କ୍ରାଇସିସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେ ୟୁପିଏ-୧ ସରକାରରେ ପରିବାହନ, ରାସ୍ତା ଓ ଜାତୀୟ ରାଜପଥ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଏଆଇସିସି ସେଂଟ୍ରାଲ ଇଲେକ୍ସନ୍ ଅଥରିଟିର ଅଧ୍ୟକ୍ଷ ଥିଲେ । ଅତୀତରେ ଫର୍ଣ୍ଣାଣ୍ଡଜ୍ ଏଆଇସିସିର ସାଧାରଣ ସଂପାଦକ ମଧ୍ୟ ରହି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ଘନିଷ୍ଠତା ଥିଲା । ଏକଦା ସେ ରାଜୀବ ଗାନ୍ଧୀଙ୍କ ପାର୍ଲାମେଂଟାରୀ ସେକ୍ରେଟାରୀ ଥିଲେ । ସେ ପ୍ରଥମେ ୧୯୮୦ରେ କର୍ଣ୍ଣାଟକ ଉଡୁପି ଲୋକସଭା ଆସନରୁ ସପ୍ତମ ଲୋକସଭାକୁ ନିର୍ବାଚିତ ହୋଇ ପାଂଚ ଥର ସାଂସଦ ହୋଇଛନ୍ତି । ୧୯୯୯ରେ ନିର୍ବାଚନ ପରାଜୟ ପରେ କଂଗ୍ରେସ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ଥିଲା । ଫର୍ଣ୍ଣଣ୍ଡିଜ କୁଚୁପୁଡ଼ି ଓ କ୍ଷକ୍ସଗାନର ଜଣେ ତାଲିମପ୍ରାପ୍ତ ନୃତ୍ୟ ଶିଳ୍ପୀ ଥିଲେ । କର୍ଣ୍ଣାଟକର ମାଂଗାଲୁର ହସପିଟାଲରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର ହୋଇଥିଲା । କିଡ଼ନୀ ରୋଗ କାରଣରୁ ତାଙ୍କର ଡ଼ାଏଲିସିସ୍ ମଧ୍ୟ ଚାଲି ଥିଲା । ଆଜି ତାଙ୍କ ମୃତ୍ୟୁ ଘଟିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS