ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇଛି ସିନା ଲୋକଙ୍କ ‘ମୁଡ୍’ ବଦଳି ନାହିଁ – ହାର୍ଦ୍ଦିକ ପଟେଲ
ପ୍ରସାଦ ରାଓ
ସେପ୍ଟେମ୍ବର ୧୪
ଗୁଜରାଟରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇଛି ସିନା ରାଜ୍ୟବାସୀଙ୍କ ‘ମୁଡ୍’ ବଦଳି ନାହିଁ । ସରକାରଙ୍କ ବିରୋଧରେ ଯେଉଁ ଜନଅସନ୍ତୋଷ ରହିଛି ତାହା ବଦଳିବାର ନାହିଁ । ରାଜ୍ୟବାସୀ ୨୦୨୨ ନିର୍ବାଚନରେ ବିଜେପିକୁ ହଟାଇବାକୁ ମନ ସ୍ଥିର କରିଛନ୍ତି । ବିଜୟ ରୂପାନୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସତ୍ତ୍ୱେ ନିର୍ବାଚନ ଫଳାଫଳ ବଦଳିବାର ନାହିଁ ବୋଲି ଗୁଜରାଟ କଂଗ୍ରସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ସୋମବାର ଦିନ ଇନେ୍ଦାରଠାରେ କହିଛନ୍ତି । ଏକ ନ୍ୟୁଜ୍ ଏଜେନ୍ସୀକୁ ସାକ୍ଷାତକାର ଦେଇ ହାର୍ଦ୍ଦିକ କହିଛନ୍ତି, ଗତ ଶନିବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଜୟ ରୂପାନୀଙ୍କ ସମୟରେ କୋଭିଡ଼ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳି ଥିଲା । ବହୁ ସଂଖ୍ୟାରେ ଯୁବକ କର୍ମନିଯୁକ୍ତି ହରାଇଛନ୍ତି ଏବଂ ଅନେକ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ସରକାରଙ୍କ ବିରୋଧରେ ତୀବ୍ର ଜନ ଅସନ୍ତୋଷ ଦେଖି ବିଜେପି କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ବଦଳାଇଛନ୍ତି । ତେବେ, ତାହା ଗୁଜୁରାଟରେ ବିଜେପିର ଭାଗ୍ୟ ବଦଳାଇ ପାରିବ ନାହିଁ । କାରଣ, ରାଜ୍ୟବାସୀ ବିଜେପିକୁ ସରକାରରୁ ହଟାଇବାକୁ ସ୍ଥିର କରି ସାରିଛନ୍ତି । ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନୀତୀନ ପଟେଲଙ୍କ ପ୍ରତି ଅନ୍ୟାୟ କରିଥିବା ଅଭିଯୋଗ କରି ହାର୍ଦ୍ଦିକ କହିଛନ୍ତି ନୀତୀନ ଦଳ ଛାଡି କଂଗ୍ରେସକୁ ଆସିଲେ ସମସ୍ତ ପ୍ରକାର ସହଯୋଗ ଦେବାକୁ ଦଳ ପ୍ରତିଶ୍ରୁତିବଦ୍ଧ । ଗୁଜୁରାଟର ପ୍ରଭାବଶାଳୀ ପଟ୍ଟିଦାର ସଂପ୍ରଦାୟକୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ଉପରେ ପ୍ରତିକ୍ରିୟା ରଖି ହାର୍ଦ୍ଦିକ କହିଛନ୍ତି, ଗୁଜରାଟର ଯିଏ ମୁଖ୍ୟମନ୍ତ୍ରୀ ହେବ ତାଙ୍କ ଉପରେ ୬.୫କୋଟି ଜନତାର ଦାୟିତ୍ୱ ରହିଛି । କୌଣସି ନିର୍ଦ୍ଧିଷ୍ଟ ସଂପ୍ରଦାୟର ନୁହେଁ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଦାୟିତ୍ୱ ତୁଲାଇବାକୁ ସକ୍ଷମ ନୁହନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେବା ପରେ ରବିବାର ଭୂପେନ୍ଦ୍ର ପଟେଲ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ସୋମବାର ଦିନ ସେ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟ ବିଧାନସଭାର ୧୮୨ରୁ ବିଜେପି ୯୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳ ୭୭ଟି ଆସନରେ ବିଜୟୀ ହୋଇଛି । ରାଜ୍ୟରେ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିବା ପଟ୍ଟିଦାର ସଂପ୍ରଦାୟକୁ ସନ୍ତୁଷ୍ଟ କରିବା ସକାଶେ ବିଜେପି ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରି ୨୦୨୨ ବିଧାନସଭା ନିର୍ବାଚନ ବୈତରଣୀ ପାରି ହେବା ଯୋଜନା କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS