ଅଦାଲତରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା, ପୁଲିସ ଗୁଳିରେ ଦୁଇ ହତ୍ୟାକାରୀ ନିହତ
ନୂଆଦିଲ୍ଲୀ
ସେପ୍ଟେମ୍ବର ୨୪
ଉତ୍ତର ଦିଲ୍ଲୀର ରୋହିଣୀ କୋର୍ଟ କଂପ୍ଲେକ୍ସରେ ଆଜି ଜିତେନ୍ଦ୍ର ଗୋଗୀ ନାମକ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା କରାଯାଇଛି । କୋର୍ଟ ଭିତରେ ବିରୋଧୀ ଗୋଷ୍ଠୀଙ୍କ ଗୁଳି ମାଡ଼ରେ ଗୋଗୀର ମୃତ୍ୟୁ ଘଟି ଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ ପାଲଟା ଗୁଳି ଚଳାଇବାରୁ ଗୋଗୀଙ୍କୁ ହତ୍ୟା କରି ଥିବା ବିରୋଧୀ ଗ୍ୟାଙ୍ଗର ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହି ଗୁଳି ବିନିମୟରେ ଅନ୍ୟ କେତେକ ଆହତ ହୋଇଥିବା ଜଣାପଡିଛି । କୋର୍ଟରେ ଗୁଳି ଫୁଟିବା ଶବ୍ଦ ସହ ଭୟଭୀତ ପୁଲିସ କର୍ମଚାରୀ ଓ ଓକିଲମାନେ ଦୌଡାଦୌଡି କରୁଥିବାର ଦୃଶ୍ୟ ଏକ ଭିଡ଼ିଓରେ କଏଦ ହୋଇଛି । ମୃତ ଜିତେନ୍ଦ୍ର ଗୋଗୀ ଥିଲା ଜଣେ କୁଖ୍ୟାତ ଅପରାଧୀ । ବହୁ ଆପରାଧୀକ ମାମଲାରେ ଜଡିତ ଥାଇ ସେ ତିହାର ଜେଲରେ ଅଟକ ଥିଲା । ଗୋଗୀକୁ ଆଜି ଅଦାଲତରେ ହାଜର କରାଯିବା ବେଳେ ବିରୋଧୀ ‘ଟିଲୁ ଗ୍ୟାଙ୍ଗ’ ଓକିଲଙ୍କ ଭଳି ପୋଷାକ ପରିଧାନ କରି କୋର୍ଟରେ ପ୍ରବେଶ କରିଥିଲେ ଏବଂ ଗୋଗୀକୁ ଗୁଳି କରି ହତ୍ୟା କରିଥିଲେ । ଘଟଣା ସ୍ଥଳରେ ହିଁ ଗୋଗୀର ମୃତ୍ୟୁ ଘଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ । ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ଥାନା ଘଟଣାକୁ ସ୍ୱୀକାର କରିଛନ୍ତି । ଗୋଗୀକୁ ବିରୋଧୀ ଗ୍ୟାଙ୍ଗର ସଦସ୍ୟମାନେ କୋର୍ଟରେ ପଶି ହତ୍ୟା କରିବାରୁ ଏବଂ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ପାଲଟା ଗୁଳି ମାଡରେ ବିରୋଧୀ ଗ୍ୟାଙ୍ଗର ଦୁଇ ଜଣ ମରି ଥିବା ଆସ୍ଥାନା କହିଛନ୍ତି । ଦିଲ୍ଲୀ କୋର୍ଟ ପରିସରରେ ଘଟି ଥିବା ଆଜିର ହତ୍ୟାକାଣ୍ଡ ଅଦାଲତର ସୁରକ୍ଷା ବ୍ୟବସ୍ଥାରେ କମି ଥିବା ପ୍ରତିଫଳିତ କରିଛି । ଗୋଗୀ ଓ ବିରୋଧୀ ଗ୍ୟାଙ୍ଗ ମଧ୍ୟରେ ଦୀର୍ଘ ବର୍ଷ ହେଲା ଶତୃତା ରହିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ବିଭିନ୍ନ ସମୟରେ ସଂଘର୍ଷ ଘଟି ଅନ୍ୟୁନ ୨୫ ଜଣଙ୍କ ଜୀବନ ଯାଇଛି । ଜିତେନ୍ଦ୍ର ଗୋଗୀ ଓରଫ ଜିତେନ୍ଦ୍ର ମାନ୍ ଗତ ବର୍ଷ ମାର୍ଚ୍ଚ ମାସରେ ଗିରଫ ହୋଇ ଥିଲା । ସେହି ସମୟରେ ଦିଲ୍ଲୀ ପୁଲିସ ଏହାକୁ ଏକ ବଡ଼ ସଫଳତା ବୋଲି କହି ଶ୍ରେୟ ନେଇ ଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS