ମହାନଦୀରେ ଓଲଟିଲା ଓଡ୍ରାଫ୍ଟ୍ ବୋଟ, ଯୁବ ସାମ୍ବାଦିକଙ୍କ ମୃତ୍ୟୁ
ଭୁବନେଶ୍ୱର
ସେପ୍ଟେମ୍ବର ୨୪
ଆଜି କଟକ ନିକଟସ୍ଥ ମୁଣ୍ଡୁଳିଠାରେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଏକ ମଧ୍ୟ ବୟସ୍କ ଦନ୍ତା ହାତୀକୁ ଉଦ୍ଧାର ଉଦ୍ୟମ ଚାଲି ବେଳେ ଓଡ୍ରାଫ୍ଟ ଟିମ୍ ବୋଟ୍ ନଦୀରେ ଓଲଟି ପଡିବାରୁ ଉଦ୍ଧାରକାରୀ ଦଳ ସହ ଲାଇଭ ରିପୋର୍ଟିଂ ପାଇଁ ଯାଇଥିବା ସ୍ଥାନୀୟ ଏକ ବୈଦ୍ୟୁତିକ ଚ୍ୟାନେଲର ବରିଷ୍ଠ ସମ୍ବାଦଦାତା ଅରିନ୍ଦମ ଦାସଙ୍କ ଦୁଃଖଦ ମୃତ୍ୟୁ ଘଟି ଥିବା ଖବର ମିଳିଛି । ବନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଦ୍ଧାର କାର୍ଯ୍ୟ ଚାଲି ଥିଲା । ଗୋଟିଏ ହାତୀ ପଲ ନଦୀ ପାର ହେଉଥିବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ହାତୀ ପଲରେ ଥିବା ଗୋଟିଏ ମଧ୍ୟ ବୟସ୍କ ଦନ୍ତାହାତୀ ଭାସି ଯାଇ ଥିଲା । ହାତୀଟିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ଟ୍ ଟିମ୍ ମୁତୟନ ଥିଲେ । ନଦୀର ସ୍ରୋତରେ ଉଦ୍ଧାରକାରୀ ଦଳର ବୋଟ୍ ବୁଡ଼ି ଯାଇଥିଲା । ଫଳରେ ଏହି ଦୁଃଖଦ ଘଟଣା ଘଟିଛି । ହାତୀ ପଲରେ ଥିବା ଅନ୍ୟ ହାତୀମାନେ ପହଁରି ପହଁରି ସୁରକ୍ଷିତ ଭାବେ ଚନ୍ଦକା ସଂରକ୍ଷିତ ଜଂଗଲ ଭିତରକୁ ପଳାଇ ଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS