୨ରୁ ୧୮ ବୟସ ବର୍ଷ ବର୍ଗଙ୍କ ପାଇଁ ‘କୋଭାକ୍ସିନ୍’ !
ନୂଆଦିଲ୍ଲୀ
ଅକ୍ଟୋବର ୧୨
ଦେଶର ୧୩୦ କୋଟି ଜନସଂଖ୍ୟାରୁ ପ୍ରାୟ ୩୦ କୋଟି ଆଜି ସୁଦ୍ଧା ଦୁଇ ଡୋଜ୍ ଟିକା ନେଇ ସଂପୂର୍ଣ୍ଣ ଟିକାକରଣ ହୋଇ ସାରିଲେଣି । ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଡ଼ିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ଟିକାକରଣ କରାଯିବା ଲକ୍ଷ୍ୟ ନେଇ କାର୍ଯ୍ୟ ଚାଲିଛି । ତେବେ, ଦୁଇରୁ ୧୮ ବର୍ଷ ବୟସ ସୀମା ପାଇଁ ଏପର୍ଯ୍ୟନ୍ତ କୋଭିଡ଼ ଟିକା ପୂର୍ଣ୍ଣତଃ ବିକଶିତ ହୋଇ ନଥିବାରୁ କୋଭିଡ଼ର ତୃତୀୟ ଲହରରେ ଏହି ବୟସ ବର୍ଗର ପିଲାମାନେ ଅଧିକ ଭାବେ ସଂକ୍ରମିତ ହେବାର ଆଶଙ୍କା କରାଯାଉଥିଲା । ତେବେ, ଭାରତ ବାୟୋଟେକ୍ ଲିମିଟେଡ଼ ଦ୍ୱାରା ଏହି ବୟସ ବର୍ଗଙ୍କ ପାଇଁ ବିକଶିତ ‘କୋଭାକ୍ସିନ୍’ ଟିକାକୁ ସେଂଟ୍ରାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଜେସନ୍ (ସିଡିଏସସିଓ)ର ସବ୍ଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ବିଧିବଦ୍ଧ ଭାବେ ଯାଂଚ କରିବା ପରେ ଅନୁକୂଳ ମତାମତ ଦେଇଥିବା ସୂଚନା ମିଳିଛି । ହାଇଦ୍ରାବାଦ ଭିତ୍ତିକ ଏହି୍ ସଂସ୍ଥା ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ବିକଶିତ କୋଭିଡ଼ ଟିକା ‘କୋଭାକ୍ସିନ୍’ର କ୍ଲିନିକାଲ୍ ଟ୍ରାଏଲ୍ ସଂପର୍କିତ ସବିଶେଷ ତଥ୍ୟ ଗତ ସପ୍ତାରେ ସେଂଟ୍ରାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଜେସନ୍ (ସିଡିଏସସିଓ) ନିକଟରେ ଉପସ୍ଥାପନ କରାଯାଇଥିଲା । ସିଡ଼ିଏସସିଓର ସବ୍ଜେକ୍ଟ ଏକ୍ସପର୍ଟ କମିଟି ତଥ୍ୟକୁ ବିଧିବଦ୍ଧ ଭାବେ ଯାଂଚ କରିବା ପରେ ଅନୁକୂଳ ମତ ଦେଇଥିବାରୁ ବର୍ତ୍ତମାନ ଡ଼ିସିଜିଆଇ (ଡ୍ରଗ୍ସ ଜଂଟ୍ରୋଲର ଜେନେରାଲ୍ ଅଫ୍ ଇଂଡିଆ)ର ଆନୁଷ୍ଠାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ଡ଼ିସିଜିଆଇର ଆନୁଷ୍ଠାନିକ ଅନୁମୋଦନ ମିଳିବା ପରେ ସଂସ୍ଥା ଟିକା ଉତ୍ପାଦନ ଓ ମାର୍କେଟିଂ ଦିଗରେ କାର୍ଯ୍ୟ ଆରମ୍ଭ କରିବ । ଏଠାରେ ଉଲ୍ଲ୍ଖେନୀୟ ଯେ, ବୟସ୍କ ଓ ୧୨ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ‘ଜାଇଡ଼ସ୍ କାଡ଼ିଲା’ର ତିନି ଡୋଜ୍ ବିଶିଷ୍ଟ ଟିକାକୁ ଗତ ଅଗଷ୍ଟ ମାସରେ ଅନୁମୋଦନ ମିଳିଛି । ଭାରତ ବାୟୋଟେକ୍ ସଂସ୍ଥାର ‘କୋଭାକ୍ସିନ’କୁ ଅନୁମୋଦନ ମିଳିଲେ ତାହା ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ହେବ ଦ୍ୱତୀୟ କୋଭିଡ଼ ଟିକା । ପୁଣେର ‘ସେରମ ଇନଷ୍ଟିଚ୍ୟୁଟ୍’ ମଧ୍ୟ ୭ରୁ ୧୧ ବର୍ଷ ବୟସ୍କଙ୍କ ପାଇଁ ‘ନୋଭାଭାକ୍ସ’ ଟିକା ବିକଶିତ କରିଛି । ତାହାର ଟ୍ରାଏଲ ନିମନ୍ତେ ଡ଼ିସିଜିଆଇ ଗତମାସରେ ଅନୁମୋଦନ ଦେଇଛି । ଏହାଛଡା, ୫ ବର୍ଷରୁ ଉର୍ଦ୍ଧଙ୍କ ପାଇଁ ‘ବାୟୋଲୋଜିକାଲ ଇ’ର ‘କୋର୍ବେଭାକ୍ସ’ ଟିକା ମଧ୍ୟ ଆଡଭାନ୍ସ ଟ୍ରାଏଲ୍ ପାଇଁ ଅନୁମୋଦନ ପାଇଛି । ଡ଼ିସିଜିଆଇର ଆନୁଷ୍ଠାନିକ ଅନୁମୋଦନତ୍ମିଳିବା ପରେ ଏହି ସବୁ ଟିକାର ଉତ୍ପାଦନ ଓ ମାର୍କେଟିଂ ହେଲେ ଅନ୍ତତଃ ଏବେ ଅସୁରକ୍ଷିତ ଭାବେ ବିଚାର କରାଯାଉଥିବା ୧୮ ବର୍ଷରୁ କମ୍ ବୟସର ବାଳକ, ବାଳିକାଙ୍କୁ ନେଇ ଚିନ୍ତା ଦୂର ହେବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS