୨୦୨୨ ସେପ୍ଟେମ୍ବରରେ ଏଆଇସିସି ସଭାପତି ନିର୍ବାଚନ: ସଭାପତି ହେବାକୁ ରାହୁଲଙ୍କୁ ଅନୁରୋଧ, ବିଚାର କରିବେ କହିଲେ ରାହୁଲ
ପ୍ରସାଦ ରାଓ
ଅକ୍ଟୋବର ୧୬
ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀଣୀ (ସିଡବ୍ଲୁସି) ବୈଠକରେ ଦଳର ସାଂଗଠନିକ ନିର୍ବାଚନ ନେଇ ନିଷ୍ପତ୍ତି ହୋଇଛି । ୨୦୨୨ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଏଆଇସିସି ସଭାପତି ନିର୍ବାଚନ ହେବ ବୋଲି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏଆଇସିସି ସଭାପତି ନିର୍ବାଚନ ପୂର୍ବରୁ ଦଳର ୫ ଟଙ୍କିଆ ସଭ୍ୟ ସଂଗ୍ରହଠାରୁ ଆରମ୍ଭ କରି ତଳସ୍ତରରେ ଅନ୍ୟାନ୍ୟ ନିର୍ବାଚନ ହେବ । ୨୦୨୧ ନଭେମ୍ବର ୧ରୁ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ୨୦୨୨ ଏପ୍ରିଲ ୧ରୁ ୧୫ ତାରିଖ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିଗୁଡିକ ଦଳର ପ୍ରାଥମିକ ସଦସ୍ୟ ତାଲିକା ପ୍ରକାଶ କରିବେ । ଏପ୍ରିଲ ୧୬ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରରେ କାର୍ଯ୍ୟକାରୀ କମିଟି, ବ୍ଲକ ସଭାପତି ନିର୍ବାଚନ ହେବ ଏବଂ ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ପ୍ରଦେଶ କଂଗ୍ରେସ କମିଟିକୁ ନିର୍ବାଚିତ କରାଯିବ । ୨୦୨୨ ଜୁନ ୧ରୁ ଜୁଲାଇ ୨୦ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ ଓ ଡ଼ିସିସି କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚନ ହେବ । ଜୁଲାଇ ୨୧ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ପିସିସି ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ ଓ ପିସିସି କାର୍ଯ୍ୟକାରୀ କମିଟି ନିର୍ବାଚନ ହେବ ସହ ପିସିସି ସାଧାରଣ ପରିଷଦରୁ ଏଆଇସିସି ସଭ୍ୟଙ୍କୁ ନିର୍ବାଚିତ କରାଯିବ । ତାହା ପରେ ଯାଇ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଏଆଇସିସି ସଭାପତି ନିର୍ବାଚନ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଆଜିର ସିଡ଼ବ୍ଲୁସି ବୈଠକରେ ଏହି ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀକୁ ଅନୁମୋଦନ କରାଯାଇଥିବା ଦଳର ବରିଷ୍ଠ ନେତା ତଥା ଏଆଇସିସି ସାଧାରଣ ସଂପାଦକ କେ.ସି.ବେଣୁଗୋପାଳ ସିଡ଼ବ୍ଲୁସି ବୈଠକ ପରେ କହିଛନ୍ତି । ବୈଠକରେ ଏଆଇସିସିର ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ଏଆଇସିସି ସଭାପତି ରହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି, ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ରହୁଲ ଗାନ୍ଧୀ ଦଳର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ଆଜି ଦଳର ବରିଷ୍ଠ ନେତାମାନେ ସିଡ଼ବ୍ଲୁସି ବୈଠକରେ ଅନୁରୋଧ କରିଥିବା ବେଳେ ସେ ତାହା ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ସିଡ଼ବ୍ଲୁସି ବୈଠକରେ ୩ଟି ପ୍ରସ୍ତାବ ଗୃହୀତ ହୋଇଛି । ଭାରତୀୟ ଜାତୀୟ କଂଗ୍ରେସ ଦରଦାମ ବୃଦ୍ଧି ପ୍ରତିବାଦରେ ନଭେମ୍ବର ୧୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଗଣଆନ୍ଦୋଳନ କରିବ ବୋଲି ସିଡ଼ବ୍ଲୁସିରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS