‘ହିନ୍ଦି ଫିଲ୍ମ ଇଂଡଷ୍ଟ୍ରୀ ‘ହାଇ ପ୍ରୋଫାଇଲ୍’, ତେଣୁ ତାହାର ମୂଲ୍ୟ ଦେବାକୁ ପଡୁଛି’
ପ୍ରସାଦ ରାଓ
ଅକ୍ଟୋବର ୨୦
ହିନ୍ଦି ଫିଲ୍ମ ଇଂଡଷ୍ଟ୍ରୀ ‘ହାଇ ପ୍ରୋଫାଇଲ୍’ । ତେଣୁ, ତାହାର ମୂଲ୍ୟ ଦେବାକୁ ପଡୁଛି ବୋଲି ପ୍ରଖ୍ୟାତ ଲେଖକ ତଥା ଲିରିସିଷ୍ଟ୍ ଜାଭେଦ୍ ଅଖତାରଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି । ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ମୁମ୍ବାଇ-ଗୋଆ କ୍ରୁଜରୁ ଡ୍ରଗ୍ସ୍ ମାମଲାରେ ଗିରଫ କରିବା ଓ ଜେଲକୁ ପଠାଇବା ଘଟଣା ଜାତୀୟ ଗଣମାଧ୍ୟମ ଜୋରଦାର ଚର୍ଚ୍ଚା ଚାଲି ଥିବା ବେଳେ ହିନ୍ଦି ଫିଲ୍ମ ଇଂଡଷ୍ଟ୍ରୀ ସହ ସଂପୃକ୍ତ ଜାଭେଦଙ୍କ ଏହି କଟାକ୍ଷ ଏନସିବିକୁ ହିଁ ଟାର୍ଗେଟ୍ କରିଛି, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ନିକଟରେ ଆଲମାସ୍ ଭିରାନି ଓ ସ୍ୱେତା ସାମୋଟାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଚେଂଜମେକର୍ସ’ର ଉନ୍ମୋଚନ ଅବସରରେ ଜାଭେଦ୍ ଏହା କହିଛନ୍ତି । ରେଡ୍ ମାଧ୍ୟମରେ ବଲିଉଡ୍ କୁ ରିତିମତ ଟାର୍ଗେଟ୍ କରାଯାଉଛି କି (?) ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ଜାଭେଦ୍ କହିଛନ୍ତି, ହିନ୍ଦି ଫିଲ୍ମ ଇଂଡଷ୍ଟ୍ରି ‘ହାଇ ପ୍ରୋଫାଇଲ୍’ ହୋଇଥିବା ଦୃଷ୍ଟିରୁ ତାହାର ମୂଲ୍ୟ ଦେବାକୁ ପଡୁଛି । ‘ଆପଣ ଯଦି ହାଇ-ପ୍ରୋଫାଇଲ୍, ଆପଣଙ୍କ ଗୋଡ୍ ଟାଣିବାକୁ ଓ କଟାକ୍ଷ କରିବାକୁ ଲୋକଙ୍କୁ ମଜା ମିଳିଥାଏ । ସାଧାରଣ ଲୋକଙ୍କୁ କିଏ ବା କାହିଁକି ଟେକା ମାରିବ ?’ ଜାଭେଦ୍ କହାରି ନାଁ ନେଇ କହିଛନ୍ତି, ଗୁଜରାଟ କଚ୍ଛ୍ ଜିଲ୍ଲାର ମୁନ୍ଦ୍ରା ବନ୍ଦରରୁ ନିକଟରେ ଏକ ନିୟୁତ ଡ଼ଲାର ମୂଲ୍ୟର ୨,୯୮୮ କେଜି ହେରୋଇନ୍ ଜବତ ହୋଇଥିବା ବେଳେ ଜାତୀୟ ଗଣମାଧ୍ୟମ ତାହାକୁ ଅଣଦେଖା କରି ଜଣେ ‘ସୁପରଷ୍ଟାର୍’ଙ୍କ ପୁଅ ଉପରେ ନିଜର ନଜର କେନ୍ଦ୍ରୀଭୂତ କରିଛି । ଗୋଟିଏ ପଟେ ଏକ ନିୟୁତ ଡ଼ଲାର ମୂଲ୍ୟର କୋକେନ୍ ଜବତ ହେବା ଓ ଅନ୍ୟପଟେ ୧୨୦୦ ଯାତ୍ରୀ ଥିବା ଏକ ଜାହାଜରୁ ଅଳ୍ପ କିଛି ଗଂଜେଇ ଏବଂ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହେବା ଘଟଣା ମଧ୍ୟରୁ ଗଣମାଧ୍ୟମ ମୁମ୍ବାଇ-ଗୋଆ କ୍ରୁଜ୍ ରୁ ଗଂଜେଇ ଓ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ମାମଲାକୁ ଜାତୀୟ ଇସ୍ୟୁ କରିଛି । ଏକ ନିୟୁତ ଡ଼ଲାର କୋକେନ୍ ଜବତ ହେବା ଉପରେ ମୋଟେ ଚର୍ଚ୍ଚା ନାହିଁ ବୋଲି ସେ କହିଛନ୍ତି । ଶାହାରୁଖ ଓ ଆର୍ଯ୍ୟନ ଖାନଙ୍କୁ ଟାର୍ଗେଟ୍ କରାଯାଇଛି କି ବୋଲି ଅନ୍ୟ ଏକ ପ୍ରଶ୍ନ ଉପରେ ସେ କିଛି କହିବାକୁ ମନା କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS