ଗୁଲଜାରଙ୍କ ପ୍ରତି ଶିକ୍ଷା ମନ୍ତ୍ରଣାଳୟ ଏତେ ଉଦାସୀନ କାହିଁକି ?
ପ୍ରୟାଗରାଜ
ନଭେମ୍ବର ୦୭
ଭାରତୀୟ ଚଳଚ୍ଚିତ୍ର ଜଗତରେ ଅତି ପରିଚିତ ନାମ ହେଉଛନ୍ତି ପ୍ରଖ୍ୟାତ କବି, ଲେଖକ, ଲିରିସିଷ୍ଟ୍, ସ୍କ୍ରିନ୍ ପ୍ଲେ ରାଇଟର୍ ତଥା ଚଳଚ୍ଚିତ୍ର ନିର୍ଦେଶକ ଗୁଲଜାର । ୧୯୩୬ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମିତ ଏହି ଲିରିସିଷ୍ଟ୍ ନିଜର ଅପୂର୍ବ ଲେଖନୀ ଓ ଲିରିକ୍ ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ସମୃଦ୍ଧ କରି ପ୍ରତ୍ୟେକ ଭାରତୀୟଙ୍କ ହୃୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଦାସୀନତା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗୁଲଜାରଙ୍କ ବାସ୍ତବ ନାମ ସଂପୂରନ ସିଂହ କାଲରା ହୋଇଥିଲେ ମଧ୍ୟ ‘ଗୁଲଜାର’ ନାମରେ ସେ ଭାରତୀୟ ସିନେପ୍ରେମୀଙ୍କ ନିକଟରେ ପରିଚିତ । ପରିଣତ ବୟସରେ ଗୁଲଜାରଙ୍କୁ ଡ଼ିଲିଟ୍ (ଭାରତୀୟ ସାହିତ୍ୟରେ ସମ୍ମାନଜନକ ଡ଼କ୍ଟରେଟ୍ ଉପାଧୀ) ଡିଗ୍ରୀରେ ସମ୍ମାନିତ କରିବାକୁ ଆଲ୍ହାବାଦ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ୍ ଓ ଏକ୍ଜିକ୍ୟୁଟିଭ୍ କାଉନସିଲ୍ ନିଷ୍ପତ୍ତି ନେଇ ଥିଲେ ଏବଂ ଏସଂପର୍କରେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟକୁ ପଠାଇ ଥିଲେ । ଆସନ୍ତା କାଲି (ନଭେମ୍ବର ୮ ତାରିଖ) ଆଲ୍ହାବାଦ ବିଶ୍ୱବିଦ୍ୟାଳୟର କନଭୋକେସନ୍ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଗୁଲଜାରଙ୍କୁ ସାହିତ୍ୟରେ ସମ୍ମାନଜନକ ଡ଼କ୍ଟରେଟ୍ ଡ଼ିଗ୍ରୀ ପ୍ରଦାନ ପ୍ରସ୍ତାବକୁ ଆଜି ସୁଦ୍ଧା ଅନୁମୋଦନ ଦେଇ ନଥିବାରୁ ଗୁଲଜାର ଏହି ସମ୍ମାନରୁ ବଂଚିତ ହେବା ନିଶ୍ଚିତ ହୋଇଯାଇଛି । କାଲିର କନଭୋକେସନ୍ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲି ଥିବା ବେଳେ ଗୁଲଜାର ସାହେବଙ୍କୁ ସାହିତ୍ୟରେ ସମ୍ମାନଜନକ ଡ଼କ୍ଟରେଟ୍ ଡ଼ିଗ୍ରୀ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରୁ କୌଣସି ସବୁଜ ସଂକେତ ମିଳି ନାହିଁ । ଗୁଲଜାର ସାହେବ ମଧ୍ୟ ଏହି ଉତ୍ସବରେ ଯୋଗ ଦେଉ ନାହାନ୍ତି ବୋଲି ଶନିବାର ଦିନ ଆଲ୍ହାବାଦ ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଜୟ କପୁର ଗଣମାଧ୍ୟମକୁ କହିଛନ୍ତି । ଆସନ୍ତା କାଲିର ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନଙ୍କ ବ୍ୟତୀତ ବମ୍ବେ ଷ୍ଟକ୍ ଏକ୍ସଚେଂଜର ସିଇଓ ଥଥା ଏମଡ଼ି ଆଶିଷ ଚୌହାନ (ଆଲ୍ହାବାଦ ବିଶ୍ୱବିଦ୍ୟାଳୟର ଚାନସେଲର୍ ଭାବେ) ଏହି ଉତ୍ସବରେ ଯୋଗ ଦେବେ । ଏହି କନଭୋକେସନ୍ ଉତ୍ସବରେ ୨୦୧୮-୧୯ ଓ ୨୦୧୯-୨୦ ଶିକ୍ଷା ବର୍ଷର ୨୬୩ କୃତୀ ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ୫୫୦ ଜଣ ଛାତ୍ରଛାତ୍ରୀଙ୍କୁ ଡ଼କ୍ଟରେଟ୍ ଡ଼ିଗ୍ରୀ ପଦାନ କରାଯିବା କାର୍ଯ୍ୟକ୍ରମ ରହିଛି । ଆଲ୍ହାବାଦ ବିଶ୍ୱବିଦ୍ୟାଳୟ ଭଳି ଦେଶର ଏକ ପୂରାତନ ତଥା ସମ୍ଭ୍ରାନ୍ତ ବିଶ୍ୱବିଦ୍ୟାଳୟ ‘ଗୁଲଜାର’ଙ୍କ ଭଳି ଜଣେ ବହୁମୁଖୀ ପ୍ରତିଭାଙ୍କୁ ସାହିତ୍ୟରେ ସମ୍ମାନଜନକ ଡ଼ିଲିଟ୍ ଡ଼ଗ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ୬ ତାରିଖ ପର୍ଯ୍ୟନ୍ତ ନିରୁତ୍ତର ରହିବା ପଛରେ କି ରହସ୍ୟ ରହିଛି, ତାହା ଏବେ ତର୍ଜମାର ବିଷୟ । ଗୁଲଜାରଙ୍କୁ ଡ଼ିଲିଟ୍ ନ ମିଳିଲେ ତାଙ୍କ ଖ୍ୟାତି କୌଣସି ଗୁଣରେ କମି ଯିବ ନାହିଁ । କିନ୍ତୁ, ତାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଯେଭଳି ଉଦାସୀନତା ଦେଖାଇଛି ତାହା ସବୁ ଦିନ ପାଇଁ ଏକ କଳଂକ ହୋଇ ରହି ଯିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS