ଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରୀଣୀ ବୈଠକ
ନୂଆଦିଲ୍ଲୀ
ନଭେମ୍ବର ୦୭
ଆଜି ଦିଲ୍ଲୀର ଏନଡିଏମସି କନ୍ଭେନସନ୍ ସେଂଟରରେ ଚାଲିଛି ବିଜେପିର ଜାତୀୟ କାର୍ଯ୍ୟକାରୀଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦଳର ଏହି ଜାତୀୟ କାର୍ଯ୍ୟକାରୀ କମିଟି ବୈଠକକୁ ଉଦ୍ଘାଟନ କରି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନିର୍ମଳା ସୀଥାରମଣ, ନୀତୀନ ଗଡ଼କରୀ, ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ରହି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବାର ଥିଲା । ତେବେ, ସେ ଜାତୀୟ କାର୍ଯ୍ୟକାରୀଣୀ ବୈଠକରେ ଯୋଗ ଦେବା ସକାଲେ ଦିଲ୍ଲୀରେ ପହଂଚି ଥିବା ଜଣାପଡିଛି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗ ଦେଇଛନ୍ତି । ୨୦୨୨ରେ ହେବାକୁ ଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏହି ବୈଠକରେ ରଣକୌଶଳ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।ନିକଟରେ ସରିଥିବା ନିର୍ବାଚନଗୁଡିବରେ ବିଜେପିର ଭୋଟ ହର ବୃଦ୍ଧି ପାଇଥିବା ଦଳର ରାଷ୍ଟ୍ରୀୟ ସଭାପତି ନଡ୍ଡା ବୈଠକରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ କୋଭିଡ଼ ଟିକାକରଣ ୧୦୦ କୋଟି ଟପି ଥିବା ଏବଂ ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବା ମୋଦୀ ସରକାରଙ୍କ ବଡ଼ ଉପଲବ୍ଧୀ ବୋଲି ସେ କହିଛନ୍ତି । ଦେଶରେ କୃଷକମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ନୂଆ କୃଷି ଆଇନକୁ ମଧ୍ୟ ବୈଠକରେ ପ୍ରଶଂସା କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପରେ ଏହା ହେଉଛି ବିଜେପି ଜାତୀୟ କାର୍ଯ୍ୟକାରୀଣୀର ପ୍ରଥମ ବୈଠକ । ଦଳର ସମ୍ବିଧାନ ଅନୁସାରେ ତିନି ମାସକୁ ଥରେ ଏହି ବୈଠକ ହେବା କଥା । ତେବେ, ଗତ ବର୍ଷରୁ ଦେଶରେ କୋଭିଡ଼ ପରିସ୍ଥିତି ଯୋଗୁଁ ବୈଠକ ହୋଇ ନଥିଲା । ଏନଡିଏମସି କନ୍ଭେନସନ୍ ସେଂଟରରେ ମାତ୍ର ୧୨୪ ଜଣ ବରିଷ୍ଠ ଦଳୀୟ ନେତା ଯୋଗ ଦେଇଥିବା ବେଳେ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ଶାଖା ସଭାପତି ଓ ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ଥିବା ରାଜ୍ୟର ବରିଷ୍ଠ ନେତାମାନେ ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହୋଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS