ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକାଙ୍କୁ ଜାମିନ ମିଳିଲା
ଅଗରତାଲା
ନଭେମ୍ବର ୧୫
ରବିବାର ଦିନ ତ୍ରିପୁରା ପୁଲିସ ଗିରଫ କରିଥିବା ଦିଲ୍ଲୀର ଦୁଇ ସାମ୍ବାଦିକାଙ୍କୁ ଅଦାଲତରୁ ଜାମିନ ମିଳିଛି । ତ୍ରିପୁରାରେ ଘଟିଥିବା ଏକ ସାଂପ୍ରଦାୟିକ ହିଂସା ଘଟଣାର ରିପୋର୍ଟିଂ ପାଇଁ ସେମାନେ ଯାଇଥିବା ବେଳେ ରାଜ୍ୟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଆସାମର ନୀଲମବାଜାର ଅଂଚଳରୁ ଗତକାଲି ରାତିରେ ସେମାନଙ୍କୁ ଗିରଫ କରିଥିଲେ । ଆଜି ଗୋମତିପୁର ଜିଲ୍ଲା ଉଦୟପୁର ସବ୍ ଡ଼ିଭିଜନର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ଜାମିନ ମିଳିଛି । ସମୃଦ୍ଧି ସକୁନିଆ ଓ ସ୍ୱର୍ଣ୍ଣା ଝା ନାମକ ଦୁଇ ସାମ୍ବାଦିକା କାରରେ ଧରମନଗରରୁ ସିଲଚର ଅଭିମୁଖେ ଯାଉଥିବା ବେଳେ ତ୍ରିପୁରା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଗିରଫ କରି ନୀଲମବାଜାର ଥାନାକୁ ଆଣିଥିଲେ । ଦୁଇ ସାମ୍ବାଦିକା ଦିଲ୍ଲୀର ଏଚଡବ୍ଲୁ୍ୟ ନ୍ୟୁଜ୍ ନେଟୱାର୍କ ପାଇଁ କାମ କରୁଥିବା ଜଣାପଡିଛି । ସେମାନେ ତିନି ଦିନ କାଳ ତ୍ରିପୁରାର ବିଭିନ୍ନ ଅଂଚଳକୁ ଯାଇ ଗତ ମାସରେ ଘଟି ଥିବା ସାଂପ୍ରଦାୟିକ ହିଂସା ସଂପର୍କରେ ଗ୍ରାଉଣ୍ଡ୍ ରିପୋର୍ଟିଂ କରୁଥିଲେ ବୋଲି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS